ବୁଗୁଡ଼ା :-୨୦/୮ଦୀର୍ଘ ଦିନ ଧରି ବୁଗୁଡା ଅଞ୍ଚଳରେ ସାରର କୃତିମ ଅଭାବ ଦେଖାଇଦେଇଛି । ଡିଲର ସାରର କୃତିମ ଅଭାବ ସୃଷ୍ଟି କରି ଖୋଲାରେ ଚଢା ଦରରେ ବିକ୍ରି କରାଯାଉଥିବା ଅଭିଯୋଗ କରି ଗତକାଲି ଅଂଚଳରେ ବିଭିନ୍ନ ଗ୍ରାମର ଶତାଧିକ ଚାଷୀ ତହସିଲ, କୃଷି ଅଧିକାରୀଙ୍କ ଅଫିସ ଘେରାଓ କରିବା ପରେ ସେମାନଙ୍କୁ ସାର ଦିଆଯାଇଥିଲା କିନ୍ତୁ ଆଜି ସକାଳୁ ବିଭିନ୍ନ ଗ୍ରାମର ଚାଷୀ ମାନେ ସାର ପାଇଁ ଡିଲରଙ୍କ ନିକଟରେ ପହଁଚିବା ପରେ ଡିଲର ଦୁର୍ବ୍ୟବହାର କରିବା ସହ ସାର ନଥିବା କହି ଘୋଡାଇ ଦେଇଥିଲେ ।
ଏନେଇ ସ୍ଥାନୀୟ ସହକାରୀ କୃଷି ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ଏହାର ପ୍ରତିବାଦ କରି ଆଜି ପୁଣି ବୁଗୁଡା ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଛନ୍ତି ଚାଷୀ।ଚାଷୀ ମନେ ଅଭିଯୋଗ କରିଛନ୍ତି କି ସମ୍ପୃକ୍ତ ଡିଲର ଆଜି ସକାଳୁ ଏକ ଗାଡ଼ିରେ ୧୦୦ରୁ ଅଧିକ ବସ୍ତା ସାର କେଉଁଆଡ଼େ ପଠାଇ ଦେଇ ଚାଷୀଙ୍କୁ ସାର ନଥିବା କହି ଫେରାଇଦେଇଥିଲେ ବଜାରରେ ସାରକୁ ଚଢା ଦରରେ ବିକ୍ରି ହେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ୟୁରିଆ ସାର ସରକାରୀ ମୂଲ୍ୟ ୨୬୬.୫୦ ଟଙ୍କା ଏବଂ ପଟାସ ସାର ମୂଲ୍ୟ ବସ୍ତା ପ୍ରତି ୮୫୦ ଥିବା ବେଳେ ଏହାକୁ ମନ ଇଛା ଦରରେ ଖୋଳାରେ ବିକ୍ରି କରାଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ ।ତେବେ ଏହାର ସ୍ଥାୟୀ ପ୍ରତିକାର ନକରାଗଲେ ଚାଷୀ ବାଧ୍ୟ ହୋଇ ରାସ୍ତା ରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି ।