ମେଲବୋର୍ଣ୍ଣ: ଟିମ୍ ଇଣ୍ଡିଆ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ କାରନାମା ପୁଣି ଚର୍ଚ୍ଚାକୁ ଆସିଛି । ଟିମ୍ ବସ୍ରୁ ଓହ୍ଲାଇବା ବେଳେ ହାତରେ ବିୟର ବୋତଲ ଧରିଥିଲେ । ଏହି ଦୃଶ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୂର୍ବରୁ ମଧ୍ୟ ଅନ୍ୟ ସବୁ ଘଟଣାକୁ ନେଇ ଟିମ୍ ଇଣ୍ଡିଆ ଚର୍ଚ୍ଚାକୁ ଆସିଥିଲାବେଳେ ଏଥର କି;ୁ ଟିକେ ନିଆରା । ମେଲବୋର୍ଣ୍ଣ ଟେଷ୍ଟ ସମୟରେ ବସରୁ ବାହାରିବାବେଳେ ଶାସ୍ତ୍ରୀ ବିୟର ପିଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବସ୍ ବାହାରେ ଅପେକ୍ଷା କରି ରହିଥିବା ପ୍ରଶଂସକ ଟିମ୍ ଭାରତ ଆର୍ମିର ସଦସ୍ୟମାନେ ଉତ୍ସବ ମନାଉଥିବାର ଏକ ଦୃଶ୍ୟ ମଧ୍ୟ ଏଥିରେ ରହିଛି । ଭିଡିଓରେ ଦେଖାଯାଉଛି ଏହି ପ୍ରଶଂସକମାନେ ବାହାରେ ଗୀତର ତାଳେ ତାଳେ ଟିମ୍ ବିରାଟକୁ ସ୍ୱାଗତ କରୁଛନ୍ତି ।
ବସ୍ ଅଟକିବା ପରେ ଶାସ୍ତ୍ରୀ ବିୟର ହାତରେ ଧରି ଓହ୍ଲାଇଥିଲେ । କି;ୁ ଉତ୍ସବରତ ପ୍ରଶଂସକଙ୍କୁ ଅଣଦେଖା କରି ଆଗକୁ ଚାଲିଯାଇଥିଲେ । ଏହି ଭିଡିଓରେ ଆହୁରି ମଧ୍ୟ ଦେଖାଯାଉଛି ଯେ, ଅଧିନାୟକ ବିରାଟ କୋହଲି ଭାରତ ଆର୍ମିର ଧୂନ୍ ସହିତ ତାଳଦେଇ ନାଚୁଥିଲେ । ତେବେ ଶାସ୍ତ୍ରୀଙ୍କୁ ନେଇ ଟ୍ୱିଟର ବ୍ୟବହାରକାରୀ ଟ୍ରଲ୍ କରିବ । ଏଥର ପ୍ରଥମଥର ନୁହେଁ । ପୂର୍ବରୁ ଭାଷ୍ୟକାର ସୁନୀଲ ଗାଭାସ୍କରଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ, ସଚ୍ କହୁଁ ମୁଁହ ମେଁ.. ଆଗୟା । ଏହି ଅବସରରେ ସେ ଅଶ୍ଲୀଳ ଶବ୍ଦ ବ୍ୟବହାର କରି ବେଶ ସମାଲୋଚନାର ଶିକାର ହୋଇଥିଲେ ।
Next Post