Odisha news

ବିଲରେ ଗ୍ରାମ ରାସ୍ତା ନିର୍ମାଣ କୁ ନେଇ ଅଭିଯୋଗ

0

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ରାଜଗଡ ପଂଚାୟତର ନଛିପଡା ଗ୍ରାମର ୬୮୦ ମିଟର ରାସ୍ତାକୁ ଆରଡି ବିଭାଗ ଏକ ବିଲ ମଝିରେ କରୁଥିବାର ଅଭିଯୋଗ ହୋଇଛି । ନଛିପଡା ଗ୍ରାମରେ ୧୩୭୦ ମିଟର ରାସ୍ତା ନିର୍ମାଣ କରିବା ପାଇଁ ସୂଚନା ଫଳକରେ ଉଲ୍ଲେଖ ଥିବାବେଳେ ୬୯୦ ମିଟର ଢଳାଇ ରାସ୍ତା ତିଆରି ସରିଛି । ଆଉ ୬୮୦ ମିଟର ପିଚୁ ରାସ୍ତାକୁ ନିକଟସ୍ଥ ଅରାଇଲୋ ଗ୍ରାମର ବିଲ ମଝିରେ ତିଆରି କରାଯାଉଛି । ତେବେ ସେଠାରେ ନଛିପଡା ଗାଁର ନାମକୁ ସୂଚନା ଫଳକରେ ଲେଖି ଟଙ୍କା ଉଠାଣ କରାଯାଇ ଥିବାର ଜିଲ୍ଲାପାଳଙ୍କ ନିକଟରେ ନିଳମଣୀ ମଲିକ, ଚନ୍ଦନ ମଲିକ, ସୁସିଲ ମଲିକ ପ୍ରମୁଖ ଅଭିଯୋଗ କରିଛନ୍ତି ।

Leave A Reply