ସୋର : ସୋର ବ୍ଲକ ନଦୀଗାଁ ପଞ୍ଚାୟତ କାନପୁର ଗ୍ରାମରେ ଆଜି ସକାଳେ ଚୋରା ମଦ କାରବାରରେ ସଂପୃକ୍ତ ଥିବା ଏକ ଘର ଉପରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଚୋରା ଦେଶୀ ମଦ ଜବତ କରିବା ସହିତ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ଗ୍ରାମର ମହେଶ୍ୱର ସାହୁଙ୍କ ପୁତ୍ର ରାଜେଶ କୁମାର ସାହୁ(୨୧) ଘରେ ମଦ ରଖି ବାହାରକୁ ଚାଲାଣ କରୁଥିବା ବେଳେ ଖବର ପାଇ ବାଲେଶ୍ୱର ଜିଲ୍ଲା ଅବକାରୀ ଅଧିକ୍ଷକ ବିବେକାନନ୍ଦ ନାୟକଙ୍କ ନିଦେ୍ର୍ଦଶରେ ସୋର ଅବକାରୀ ଅଧିକାରିଣୀ ସ୍ୱାତୀ ପଟ୍ଟନାୟକ ଏବଂ ଅବକାରୀ ଭ୍ରାମ୍ୟମାଣ ଟିମ୍ର ଅଧିକାରୀ ଗାଲୁରାମ ସରେନ୍ଙ୍କ ନେତୃତ୍ୱରେ ଏକ ଟିମ୍ କାନପୁର ତଳସାହି ମହେଶ୍ୱର ସାହୁଙ୍କ ଘରେ ଚଢ଼ାଉ କରି ଘରେ ବାହାରେ ଓ ବିଲବାଡ଼ିରେ ଲୁଚେଇ ରଖିଥିବା ୧୩୨୦ଲିଟର ମଦ ଜବତ କରିଥିଲେ । ଏହି ସମୟରେ ଘରେ ଉପସ୍ଥିତ ଥିବା ରାଜେଶକୁ ଗିରଫ କରି ୩୧/୨୦ରେ ମକଦମା ରୁଜୁ କରି କୋର୍ଟ କରାଯାଇଛି । ଏହି ଚଢ଼ାଉରେ ଭାସ୍କର ଚନ୍ଦ୍ର ବେହେରା, ପ୍ରହ୍ଲାଦ ବିଶ୍ୱାଳ, ସେକ୍ ଏସ୍କେ କଲିମ, ବିଦ୍ୟାଧର ବିନ୍ଧାଣି, ତପନ କୁମାର ମଲ୍ଲିକ, ମିନତି ଜେନା ଏବଂ ରଶ୍ମିରେଖା ପାତ୍ର ସହାୟତା କରିଥିଲେ ।

LEAVE A REPLY

Please enter your comment!
Please enter your name here