Odisha news

ବରୀ କରୋନା ଯୋଦ୍ଧାଙ୍କୁ ସମ୍ମାନିତ

0

ଯାଜପୁର : ବରୀ ଅଞ୍ଚଳରେ ସମସ୍ତ ପ୍ରଶାସନିକ ଅଧିକାରୀ, କର୍ମଚାରୀ, ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ ଓ ଖବର ଦାତାମାନେ ଦୀର୍ଘ ତିନିମାସ ହେଲା କରୋନା ଯୁଦ୍ଧରେ ସାମିଲ ହୋଇଅଛନ୍ତି, ଏହ ସମସ୍ତେ ବରୀ ଅଞ୍ଚଳରେ ସଚେନତା ଠାରୁ ଆରମ୍ଭ କରି ସେବା ଯୋଗାଇ ଆସୁଅଛନ୍ତି, ଆଜି ଗୋଟିଏ  ଡ଼ଙ୍କାରେ ବସି ଏହି ମହାମାରିର ବୈତରଣୀ ପାର ହେବାକୁ ଚେଷ୍ଟା ସମସ୍ତେ ଆପ୍ରାଣ ଉଦ୍ୟମ ଚେଷ୍ଟା କରୁଅଛନ୍ତି । ଏମାନେ ସମସ୍ତେ ଜଣେ ଜଣେ ଯୋଦ୍ଧା ବୋଲି ଅବିହିତ କରି ବରୀ ଅଞ୍ଚଚଳରେ ସେମାନଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନୀତ କରାଯାଇଛି ।

ଏହି ବ୍ଲକ ଅଧିନ ଚନ୍ଦନପୁର ପଞ୍ଚାୟତ ରାମପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିଷରରେ ଶନିବାର ଓ ରବିବାର ଦୁଇଦିନ ଧରି ଆୟୋଜିତ ସଂବର୍ଦ୍ଧନା ଉତ୍ସବରେ ସାମାଜିକ ଦୂରତା ପାଳନ କରି ବିଧାୟିକା ସୁନନ୍ଦା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଯୋଦ୍ଧାମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନରେ ସମ୍ମାନିତ କରିଛନ୍ତି ଏବଂ ଯୋଦ୍ଧାମାନଙ୍କୁ ପ୍ରେରଣା ଯୋଗାଇ ଦେଇଅଛନ୍ତି ।  ପ୍ରଥମ ଦିନ ପୁଲିସ୍ କର୍ମଚାରୀ, ତହସିଲ କର୍ମଚାରୀ, ବ୍ଲକ୍ କର୍ମଚାରୀ, ଡାକ୍ତରଙ୍କ ସମେତ ଏହି ଅଞ୍ଚଳର ଖବରଦାତା ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସଂବର୍ଦ୍ଧିତ କରାଯାଇଥିବାବେଳେ ଦ୍ୱିତୀୟ ଦିନରେ ବିଦୁ୍ୟତ ବିଭାଗର କର୍ମଚାରୀ, ୧୦୮ ଆମ୍ବୁଲାନ୍ସ ଚାଳକ, ସ୍ୱାସ୍ତ୍ୟ କର୍ମୀ, ଅଙ୍ଗନୱାଡ଼ି-ଆଶା କର୍ମଚାରୀ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସଂବର୍ଦ୍ଧନା କରାଯାଇଥିଲା ।

ପ୍ରଥମ ଦିବସରେ ତହସିଲଦାର ସରୋଜକାନ୍ତ ନାୟକ, ଅତିରିକ୍ତ ତହସିଲଦାର ଭାନୁମତୀ ମାଝି, ଥାନା ଅଧିକାରୀ ଇନିସିପେକ୍ଟର ମାର୍କଣ୍ଡ ମିଶ୍ର, ସବ୍ ଇନିସପେକ୍ଟର ନାରାୟଣ ପ୍ରସାଦ ବେହେରା ଓ ଅନ୍ୟାନ୍ୟ କର୍ମଚାରୀ, ବିଡ଼ିଓ ଶାସ୍ୱତ ଜେନା, ଯୋଗାଣ ଅଧିକାରୀ ପ୍ରଫୁଲ କୁମାର ବେହେରା, ଗ୍ରାମ ପଞ୍ଚାୟତ ଅଧିକାରୀ ଲୋକନାଥ ମହାରଣାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ, ଡାକ୍ତର କୌଶିକ ପାତ୍ର, ଡାକ୍ତର ଜିନତ ଦାସଙ୍କ ସମେତ ଅନ୍ୟାନ୍ୟ ଡାକ୍ତର ଓ କର୍ମଚାରୀ, ଖବରଦାତା ପଦ୍ମନାଭ ଜେନାଙ୍କ ସମେତ ଅଞ୍ଚଳ କାର୍ଯ୍ୟରତ ଖବରଦାତା ମାନଙ୍କୁ ଏହି ମଞ୍ଚରେ ସଂବର୍ଦ୍ଧନା ଦିଆଯାଇଥିଲା ।

ସେହିପରି ଦ୍ୱିତୀୟ ଦିନରେ ବରୀ ବିଦୁ୍ୟତ ଉପଖଣ୍ଡ ଅଧିକାରୀ ସୁଦିପ୍ତ ବିଶ୍ୱାଳଙ୍କ ସମେତ ସମସ୍ତ କନିଷ୍ଠ ଯନ୍ତ୍ରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ପ୍ରାଣେଶ୍ୱରୀ ପାଣିଗ୍ରାହୀଙ୍କ ସହ ସମସ୍ତ ସୁପରଭାଇଜର, ସମସ୍ତ ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଦିଆଯାଇ ସଂବର୍ଦ୍ଧନ ଦିଆଯାଇଥିଲା । ବିଧାୟିକା ଶ୍ରୀମତୀ ଦାସଙ୍କ ସମେତ ବିଜେଡ଼ି ମହିଳା ସଭାନେତ୍ରୀ ଜ୍ୟୋତ୍ସ୍ନାରାଣୀ ନାଥ ଶର୍ମା, ବ୍ଲକ ସଭାପତି କେଦାର ସାମଲ, ଆଇନଜୀବୀ ବିରଜା ପ୍ରସାଦ ପରିଡ଼ା, କୃଷକ ସଭାପତି ବିପିନ୍ ଦାସ, ଯୁବ ସଭାପତି ରଞ୍ଜନ ପଣ୍ଡା, ଛାତ୍ର ସଭାପତି ସଦିଚ୍ଛା ସାମଲ, ନିଳମଣୀ ସାମଲ, ସୁବୋଧ ଜେନା, ଅରବିନ୍ଦ ମହାନ୍ତି ଓ ପ୍ରମୋଦ ସାମଲ ପ୍ରମୁଖ ଏହି ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ଥିଲେ ।

Leave A Reply