Odisha news

ବକେୟା ଦରମା ଓ ପୁନଃନିଯୁକ୍ତି ଦାବିରେ ପିଏଜି ସଂଘର ଦାବୀପତ୍ର

0

ଫୁଲବାଣୀ,୧୧/୦୧, ରାଜ୍ୟ ସରକାରଙ୍କ ପଂଚାୟତିରାଜ ବିଭାଗ ଅଧୀନରେ ଦୀର୍ଘ ୩ ବର୍ଷ ଧରି କାମ କରି ମଧ୍ୟ ପାରିଶ୍ରମିକ ପାଇ ନାହାନ୍ତି ଅସ୍ଥାୟୀ କର୍ମଚାରୀ । ଏନେଇ ମହାମହିମ ରାଜ୍ୟପାଳ ତଥା ମୂଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରିବା ସହ ଭୂବନେଶ୍ୱରରେ ଆନେ୍ଦାଳନ ମଧ୍ୟ କରାଯାଇଛି । ତଥାପି କୌଣସି ଫଳ ମିଳି ନାହିଁ । ଅପର ପକ୍ଷରେ ରାଜ୍ୟ ସରକାର ଏମାନଙ୍କୁ ତାଙ୍କର ପ୍ରାପ୍ୟ ଦେବା ବଦଳରେ ଛଟେଇ କରିଛନ୍ତି । ଆଜି ଏହି କର୍ମଚାରି ମାନେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କନ୍ଧମାଳ ଜିଲାପାଳଙ୍କ ଜରିଆରେ ଏହି ମର୍ମରେ ଏକ ଦାବୀପତ୍ର ମୂଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରାଯାଇଛି । ଦାବୀ ଅନୁସାରେ ଜିଲାର ପ୍ରତ୍ୟେକ ପଂଚାୟତରେ ଜଣେ ଲେଖାଏଁ ପିଏଜି ଭାବରେ ନିଯୁକ୍ତି ପାଇଥିଲେ । ତେବେ ନିଯୁକ୍ତ ସମୟର ଚୁକ୍ତି ଅନୁସାରେ ସେମାନଙ୍କୁ ପାରିଶ୍ରମିକ ଦିଆ ଯାଇ ନ ଥିଲା । ଏକ ବର୍ଷ କାମ କଲା ପରେ ସେମାନଙ୍କୁ କିଛି ଦିନ ପାଇଁ ପାରିଶ୍ରମିକ ମିଳିଥିଲା । ତେବେ ଏହା ଚୁକ୍ତି ମୁତାବକ ନଥିଲା ବୋଲି ପିଏଜି ସଂଘର ସଭାପତି ଅମୀୟ କୁମାର ବେହେରା ପ୍ରକାଶ କରିଛନ୍ତି । ଆଜି ପର୍ଯ୍ୟନ୍ତ ବଳକା ପ୍ରାପ୍ୟ ମିଳିପାରିନାହିଁ । ଅପରପକ୍ଷରେ ମାର୍ଚ୍ଚ ୨୦୨୦ରେ ସେମାନଙ୍କୁ ସରକାର ପ୍ରାପ୍ୟ ଦେବା ବଦଳରେ ଛଟେଇ କରି ଦେଇଥିଲେ । ପିଏଜି ସଂଘ ପକ୍ଷରୁ ବାରମ୍ବାର ସରକାରଙ୍କ ନିକଟରେ ଦାବି ଏବଂ ଆନେ୍ଦାଲନ ସତ୍ୱେ କେହି ସେମାନଙ୍କ ଗୁହାରୀ ଶୁଣି ନ ଥିଲେ । ତେଣୁ ପିଏଜି ସଂଘର ଏକ ଏକ ପ୍ରତିନିଧି ଦଳ ଆଜି ଫୁଲବାଣୀ ଆସି କନ୍ଧମାଳ ଜିଲାପାଳଙ୍କ ଜରିଆରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ନିଜ ଦାବି ଉପସ୍ଥାପିତ କରିଛନ୍ତି । ସଂଘର ଦାବି ଅନୁଯାୟୀ ସେମାନଙ୍କୁ ସେମାନଙ୍କର ସମସ୍ତ ବକେୟା ପାରିଶ୍ରମିକ ଦେବା ସହ ପଂଚାୟତିରାଜ ବିଭାଗ ମାଧ୍ୟମରେ ପୁନଃ ନିଯୁକ୍ତି ଦିଆଯାଉ । ନଚେତ ଆଗକୁ ଏହି ଆନେ୍ଦାଳନ ଆହୁରି ତୀବ୍ର ହେବ ବୋଲି ସଂଘ ଚେତାବନୀ ଦେଇଛି । ଦାବିପତ୍ର ପ୍ରଦାନ ବେଳେ ସଂପାଦକ ବିଘ୍ନରାଜ ବେହେରାଙ୍କ ସମେତ ହେମନ୍ତ ନାୟକ , ଲାଲ ମୋହନ କହଁର , ମନୋରଂଜନ ମଲିକ , ଶରତ କୁମାର ମାଝୀ , ସିକନ୍ଦର ପ୍ରଧାନ , କୁମାର ପାତ୍ର , ହୃଷିକେଶ ପ୍ରଧାନ , ଶୋସବନ୍ତ ପ୍ରଧାନ ଓ ଅନ୍ୟମାନେ ସାମିଲ୍ ହୋଇଥିଲେ ।

 

Nalco
Leave A Reply