Odisha news

ପକେଟରେ ରଖି ଦିଅନ୍ତୁ ମାତ୍ର ଖଣ୍ଡିଏ କର୍ପୁର, ଏବଂ ଦେଖନ୍ତୁ ଏହାର ଚମତ୍କାର ଲାଭ

0

ହିନ୍ଦୁ ଧର୍ମର ସମସ୍ତ ପୂଜାପାଠ ରେ କର୍ପୁର ର ଅନେକ ବ୍ୟବହାର ହୋଇଥାଏ, ପୂଜା ଶେଷରେ କର୍ପୁର ଆଳତୀ ନିହାତି କରିବା ଆବଶ୍ୟକ ବୋଲି ମାନ୍ୟତା ରହିଛି l ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ନକାରାତ୍ମକ ଉର୍ଜା କୁ ଦୂର କରିବା ପାଇଁ କର୍ପୁର ଆଳତୀ କରାଯାଇ ଥାଏ l କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ମଧ୍ୟ କର୍ପୁର ବ୍ୟବହାର କରିବାର ମାନ୍ୟତା ରହିଛି l ବାସ୍ତୁ ଶାସ୍ତ୍ରରେ ପକେଟ ରେ କର୍ପୁର ରଖିବା ଖୁବ ଶୁଭ ଅଟେ l ଆଜି ଆସନ୍ତୁ ଜାଣିବା ଡ୍ରେସ ପକେଟ ରେ କର୍ପୁର ରଖିବାର ଲାଭ ବିଷୟରେ l

– ବାସ୍ତୁ ବିତ ଙ୍କ ମତରେ ଯଦି ଆପଣଙ୍କ ମନ ସର୍ବଦା ଅଶାନ୍ତ ରହୁଛି ଏବଂ ଜୀବନ ରେ ସର୍ବଦା ବିଭିନ୍ନ ପ୍ରକାର ଅସୁବିଧା ଦେଖା ଯାଇଥାଏ l ତେବେ ନିଜ ପୋଷାକ ର ବାମ ପାର୍ଶ୍ଵ ପକେଟ ରେ ଖଣ୍ଡିଏ ଛୋଟିଆ କର୍ପୁର ରଖି ନିଅନ୍ତୁ, ମନ ସ୍ଥିର ରହିବ ଏବଂ ଶାନ୍ତ ହୋଇଯିବ l

– ଯଦି ଅଧିକ ମାନସିକ ଚାପରେ ରହୁଛନ୍ତି ତେବେ ନିଜ ପକେଟ ରେ ଖଣ୍ଡିଏ ଛୋଟ ପୂଜା କର୍ପୁର ରଖି ନିଅନ୍ତୁ l ଆପଣଙ୍କ ମାନସିକ ଚାପ ଦୁରେଇ ଯିବ ଏବଂ ଅଯଥା କଥା ମଧ୍ୟ ମୁଣ୍ଡରେ ପଶିବ ନାହିଁ l

– କିଛି ଲୋକଙ୍କ ମନ ଆବଶ୍ୟକତା ଠାରୁ ଅଧିକ ବିଚଳିତ ରହିଥାଏ, ଏହି କାରଣରୁ କୌଣସି କାର୍ଯ୍ୟରେ ମନ ଲାଗି ନଥାଏ l ଏହିସବୁ ସମସ୍ୟାରୁ ଦୁରେଇ ରହିବା ପାଇଁ ନିଜ ପ୍ୟାଣ୍ଟ ପାକେଟ ରେ ଖଣ୍ଡିଏ କର୍ପୁର ରଖନ୍ତୁ l

– ପ୍ୟାଣ୍ଟ ପକେଟ ଓ ସାର୍ଟ ପକେଟ ଛଡା ଆପଣ କର୍ପୁର କୁ ପର୍ସ ରେ ମଧ୍ୟ ରଖି ପାରିବେ l ଏଥିପାଇଁ ଖଣ୍ଡିଏ କର୍ପୁର କୁ ନାଲି କପଡା ରେ ଗୁଡ଼ାଇ ନିଜ ପର୍ସ ରେ ରଖି ନିଅନ୍ତୁ l ଏବଂ କର୍ପୁର ରଖିବା ସମୟରେ ପର୍ସ କୁ ବାମ ହାତରେ ଧରନ୍ତୁ l ଏପରି କରିବା ଦ୍ୱାରା ଧନ ସମ୍ବନ୍ଧିତ ସମସ୍ୟା ମଧ୍ୟ ଦୂର ହୋଇଥାଏ l

 
Ad2
Leave A Reply