Odisha news

ବାରିପଦାରୁ ପୁରୀ ପର୍ଯ୍ୟନ୍ତ ଓଏସଆରଟିସି ବସ୍ ଚଲାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ

0

ବାରିପଦା  : ମୟୂରଭଞ୍ଜ ଏବଂ ପୁରୀ ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ମୁଖ୍ୟ ସ୍ଥାନ । କେନ୍ଦ୍ର ସରକାରଙ୍କୁ ବାରମ୍ବାର ବାଙ୍ଗିରିପୋଷିରୁ ପୁରୀ ପର୍ଯ୍ୟନ୍ତ ନିୟମିତ ଟ୍ରେନ ଚଳାଚଳ କରିବା ପାଇଁ ଯେତେ ଦାବି ଜଣାଇଲେ ମଧ୍ୟ ରେଳ ବିଭାଗ କୌଣସି ଗୁରୁତ୍ୱ ହେଉନାହାନ୍ତି । ଯାହା ଫଳରେ ମୟୂରଭଞ୍ଜବାସୀ ସିଧାସଳଖ ପୁରୀ ଯାଇ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହେଉଛନ୍ତି । ତା’ଛଡା ପୁରୀରୁ ବାଙ୍ଗିରିପୋଷିକୁ ନିୟମିତ ରେଳ ଚଳାଚଳ କଲେ ମୟୂରଭଞ୍ଜର ପର୍ଯ୍ୟଟନ ଶିଳ୍ପ ମଧ୍ୟ ବିକାଶ ହୁଅନ୍ତା । ବାରିପଦାରୁ ପୁରୀ ସିଧାସଳଖ ଓଏସଆରଟିସି ବସ ଚଳାଚଳ କଲେ ମୟୂରଭଞ୍ଜ ବାସୀ ଉପକୃତ ହେବେ । ତେଣୁ ଓଏସଆରଟିସି ବସ୍ ନୂତନ ଭାବେ ଚଳାଉଥିବା ବାରିପଦା-ଭୁବନେଶ୍ୱର ବସ୍କୁ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସରୋଜିନୀ ହେମ୍ବ୍ରମ ଅନୁରୋଧ କରିଛନ୍ତି । ତାଙ୍କ ଅନୁରୋଧ ପତ୍ରର ଅବିକଳ ନକଲ ପରିବହନ ମନ୍ତ୍ରୀ ଓ ପରିବହନ ଶାସନ ସଚିବଙ୍କୁ ମଧ୍ୟ ପ୍ରେରଣ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ବାରିପଦାରୁ ଭୁବନେଶ୍ୱର ବହୁତ ବସ ଚଳାଚଳ କରୁଛି । କିନ୍ତୁ ବାରିପଦାରୁ ପୁରୀ କୌଣସି ଘୋରଇ ବସ ବା ଓଏସଆରଟିସି ଚଳାଚଳ କରୁନାହଁ । ତେଣୁ ବାରିପଦାରୁ ସିଧାସଳଖ ପୁରୀ ଯିବାକୁ ଚାଁହୁଥିବା ଲୋକମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରିପଦାରୁ ପୁରୀ ରାତ୍ରିକାଳୀନ ବସ ଚଳାଚଳ କଲେ ସାଧାରଣ ଲୋକ ଉପକୃତ ହେବେ ବୋଲି ସରୋଜିନୀ ହେମ୍ବ୍ରମ କହିଛନ୍ତି ।

Nalco
Leave A Reply