Odisha news

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ତରଫରୁ ସାହିତ୍ୟିକ ମନୋଜ ଦାସଙ୍କ ଆରୋଗ୍ୟ କାମନା ନିମନ୍ତେ ଦୀପ ଦାନ

0

(Rajesh Kumar Lenka):-   ୨୦ ତାରିଖ ରବିବାର ଦିନ , ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଚାରିଟେବୁଲ୍ ଟ୍ରଷ୍ଟ ଆନୁକୁଲ୍ୟରେ ମୁଖ୍ୟ ଉପଦେଷ୍ଟା ପଦ୍ମଶ୍ରୀ ରମାକାନ୍ତ ରଥ ,ଉପଦେଷ୍ଟା ବିଶିଷ୍ଟ ଔପନ୍ୟାସିକ ଡଃ  ବିଭୁତି ପଟ୍ଟନାୟକ ନିଦର୍ଶନରେ ଅନୁଷ୍ଠାନର ମାର୍ଗଦର୍ଶକ ପ୍ରଫେସର ପ୍ରସନ୍ନ କୁମାର ପାଟ୍ଟଶାଣୀ,ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରସନ୍ନ କୁମାର ନାୟକ,ପ୍ରତିଷ୍ଠାତା ଶ୍ରୀଯୁକ୍ତ ବଳରାମ ତରାଇ , ସଭାପତି ଶ୍ରୀଯୁକ୍ତ ଚକ୍ରଧର ତ୍ରିପାଠୀ , ପଥ ପ୍ରଦର୍ଶକ ଶ୍ରୀଯୁକ୍ତ ପଦ୍ମନାଭ ତ୍ରିପାଠୀ ସମ୍ପାଦିକା ଶ୍ରୀମତୀ ସରସ୍ବତୀ ନାୟକ ଓ କରୁଣାକର ମଲ୍ଲିକ ଭୁବନେଶ୍ୱର ସ୍ଥିତ ଜଗନ୍ନାଥ ମନ୍ଦିର ଏବ° ରାମ ମନ୍ଦିରରେ ଶହେ ଏକ ଦୀପ ଦାନକରି ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ଆରୋଗ୍ୟ କାମନା କରିଛନ୍ତି ।
ନିଶିଗନ୍ଧାର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ , ସଦସ୍ୟାଙ୍କୁ ବି ନିଜ ଅଞ୍ଚଳରେ ଥିବା ମନ୍ଦିରମାନଙ୍କରେ ଦୀପ ଦାନ କରିବା ସହିତ ପଦ୍ମବିଭୂଷଣ ସାହିତ୍ୟିକ ମନୋଜ ଦାସଙ୍କ ଆରୋଗ୍ୟ ନିମନ୍ତେ ମାସସାରା  ଦୀପ ଦାନ କରାଯିବ ବୋଲି ଆହ୍ଵାନ ଦେଇଛନ୍ତି।

Nalco
Leave A Reply