ନିରାକାରପୁର ,୧୦/୧୦: ଲୋକଙ୍କୁ ସାଇବର ଠକେଇ ଉପରେ ସଚେତନତା ଉଦ୍ଦେଶ୍ୟରେ ରାଜ୍ୟ ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ- ୨୦୨୩ ଆରମ୍ଭ ହେଇଛି। ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି। ସେପ୍ଟେମ୍ବର ୩୦ ରୁ ଅକ୍ଟୋବର ୧୫ ତାରିଖ ପର୍ୟ୍ୟନ୍ତ ଏହି ରଥ ସମସ୍ତ ଗ୍ରାମାଞ୍ଚଳ, ସହରାଞ୍ଚଳ ପରିକ୍ରମା କରି ଲୋକଙ୍କୁ ସଚେତନ କରାଇବ। ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ଏକ ସଚେତନତା କାର୍ୟ୍ୟକ୍ରମ ନିରାକାରପୁର କେବିଡିଏଭି ମହାବିଦ୍ୟାଳୟ ଓ ନୂଆଗଡ ଉଗ୍ରତାରା ଉଚ୍ଚ ବିଦ୍ୟାଳୟ ଠାରେ ସାଇବର ସୁରକ୍ଷା ଅଭିଯାନ ଆଜି ଅନୁଷ୍ଠିତ ହୋଇଯାଇଛି।ସାଇବର ସୁରକ୍ଷା ସଚେତନତା କାର୍ୟ୍ୟକ୍ରମ ରେ ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ଏସ.ପି ସିିଦ୍ଧାର୍ଥ କାଟରିଆ, ଡିଏସପି ସୁଜିତ କୁମାର ପଣ୍ଡା, ଡିଏସପି ମିନାକ୍ଷୀ ଠାକୁର,ଏସଡିପିଓ ସୁଧାଂଶୁ ମିଶ୍ର, ନିରାକାରପୁର ଥାନା ଏସ.ଆଇ ଦିପାଲିସା ନାୟକ,ଏସ.ଆଇ ବସନ୍ତ ପଟ୍ଟନାୟକ, ଏଏସଆଇ ତପନ କୁମାର ପ୍ରଧାନ, ସୁବାସ ଚନ୍ଦ୍ର ନାୟକ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସାଇବର ଅପରାଧ ସମ୍ପର୍କ ରେ ସାଧାରଣ ଜନତା ଓ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇ ବିସ୍ତୃତ ବିବରଣୀ ଦେଇଥିଲେ। ଲୋକେ ସଚେତନ ହେଲେ ସାଇବର କ୍ରାଇମ କୁ ରୋକାଯାଇପାରିବ। ଏହି ସଚେତନତା ଅଭିଯାନରେ ସ୍ଥାନୀୟ ଅଂଚଳର ସାଧାରଣ ଜନତା,ବୁଦ୍ଧିଜୀବୀ,ଯୁବପିଢି,ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରୀଛାତ୍ର,ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନେ ସାମିଲ ହୋଇଥିଲେ।ସାଇବର ସଚେତନତା ପ୍ରତିଯୋଗିତା ଓ ଅଭିନୟ କରିଥିବା ସମସ୍ତ କ୍ରୁତି ଛାତ୍ରଛାତ୍ରୀ ଙ୍କୁ ପୋଲିସ ଅଧିକାରୀଗଣ ମାନପତ୍ର, ମୂଲ୍ୟବାନ ଗଛ ପ୍ରଦାନ କରି ସମ୍ମାନୀତ କରିଥିଲେ। ସେହିପରି ସନ୍ଧ୍ୟାରେ ନିରାକାରପୁର ରାମ ମନ୍ଦିର ପରିସରରେ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ ସଚେତନତାତ୍ମକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।