ଦଶପଲ୍ଲା୧୩/୧୦ : ଓଡ଼ିଆ ନାଟ୍ୟ ଜଗତର ର୍ବିଶିଷ୍ଠ ନାଟ୍ୟକାର ସ୍ବର୍ଗତ ରାମ ଚନ୍ଦ୍ର ମିଶ୍ର ଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି । ପ୍ରାତଃ ସମୟ ରେ ନାଟ୍ୟକାର ରାମଚନ୍ଦ୍ର ମିଶ୍ର ସ୍ମୃତି ସଂସନ୍ଦ ର ସଭାପତି ଆଇନିଜୀବୀ ସୁଶାନ୍ତ କୁମାର ପାତ୍ର ଙ୍କ ନେତୃତ୍ୱରେ ଦଶପଲ୍ଲା ରେ ଥିବା ସ୍ବର୍ଗତ ମିଶ୍ର ଙ୍କ ପ୍ରତି ମୂର୍ତି ରେ ମାଲ୍ୟାର୍ପଣ କରାଯିବା ସହ ସ୍ମୃତି ଚାରଣ କରାଯାଇଥିଲା । ଏଥିରେ ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ଡ଼ଃ ନାରାୟଣ ମହାପାତ୍ର ଓ ବରିଷ୍ଠ ଆଇନି ଜୀବି ଶରତ ଚନ୍ଦ୍ର ବେହେରା ଯୋଗ ଦେଇ ସ୍ବର୍ଗତ ମିଶ୍ର ଙ୍କ ସ୍ମୃତି ଚାରଣ କରିଥିଲେ । ସେହିପରି ସନ୍ଧ୍ୟା ସମୟ ରେ ଓଡିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ନାଟ୍ୟକାର ରାମଚନ୍ଦ୍ର ମିଶ୍ର ସ୍ମୃତି ସଂସଦ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ଇଂଜିନିୟର୍ସ ଭବନ, ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟର୍ସ (ଇଣ୍ଡିଆ) ଅଡିଟୋରୀୟମ ଠାରେ ନାଟ୍ୟକାର ରାମଚନ୍ଦ୍ର ମିଶ୍ର ଙ୍କ ୧୦୪ ତମ ଜୟନ୍ତୀ ଧୁମଧାମରେ ପାଳିତ ହୋଇଯାଇଛି । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମହୋତ୍ସବ ରେ ମୁଖ୍ୟ ଅତିଥି ତଥା ଉଦ୍ଘାଟକ ଭାବେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ ବିଧାୟକ ଡ଼ଃ. ଅରୁଣ ସାହୁ ଯୋଗ ଦେଇଥିବା ବେଳେ ଅନ୍ୟତମ ମଞ୍ଚଆସିନ ଅତିଥି ଭାବେ ସମ୍ମାନିତ ବକ୍ତା ରମେଶ ପ୍ରସାଦ ପାଣିଗ୍ରାହୀ, ଓଡିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗ ନିର୍ଦେଶକ ଦିଲ୍ଲୀପ ରାଉତ ରାୟ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ , ପ୍ରଫେସର ଡ଼.ନଟବର ଶତପଥୀ, ନାଟ୍ୟକାର ନିମାଇଁ ଚରଣ ଲେଙ୍କା ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ନାଟ୍ୟକାର ରାମଚନ୍ଦ୍ର ମିଶ୍ର ଙ୍କ ସ୍ମୃତି ଚାରଣ କରିବା ସହ ନାଟ୍ୟ କାର ରାମଚନ୍ଦ୍ର ମିଶ୍ର ଙ୍କ ଲିଖିତ ପୁସ୍ତକ ଗୁଡିକରେ ଓଡ଼ିଆ ଜାତିର ସଂସ୍କୃତି ଓ ଓଡ଼ିଆ ପରିବାର ର ପରମ୍ପରା ଓ ବାସ୍ତବିକ ଘଟଣା ଗୁଡିକ ବର୍ଣ୍ଣନା କରାଯାଇଥିବା ଅତିଥି ମାନେ ମତ ପ୍ରକାଶ କରିବା ସହ ଯୁବପିଢି ମାନେ ନାଟ୍ୟକାର ରାମ ଚନ୍ଦ୍ର ମିଶ୍ର ଙ୍କ ଲିଖିତ ପୁସ୍ତକ ଚୁଡିକ ପଢିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଏହି ଉତ୍ସବ ରେ ନାଟ୍ୟକାର ନିମାଇଁ ଚରଣ ଲେଙ୍କା ଙ୍କୁ ନାଟ୍ୟକାର ରାମ ଚନ୍ଦ୍ର ମିଶ୍ର ସ୍ମୃତି ସଂସଦ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଶେଷରେ ଆଇନିଜୀବୀ ସୁଶାନ୍ତ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମହୋତ୍ସବ ରେ ଦଶପଲ୍ଲା ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିବା ବେଳେ ସ୍ବର୍ଗତ ନାଟ୍ୟକାର ରାମ ଚନ୍ଦ୍ର ମିଶ୍ର ଙ୍କ ପରିବାର ଉପସ୍ଥିତ ଥିଲେ ।