Odisha news

ନବରଙ୍ଗପୁର : ବାଇକ ବୋଲେରୋ ଧକା ଜଣେ ମୃତ୍ୟୁ

0

ନବରଙ୍ଗପୁର :-ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ସଦର ବ୍ଲକର ଶାସନ ଠାରେ ଏକ ସଡକ ଦୂର୍ଘଟଣା ଘଟିଯାଈଛି। ଏଥିରେ ସ୍ବାମୀ ସ୍ତ୍ରୀ ଗୁରୁତ୍ତ୍ବର ହୋଈଛନ୍ତି ଓ ବଡମସିଗାଁର ଟେମରାଜ ହରିଜନ ନାମକ ଏକ ଯୁବକର ମୃତ୍ୟୁ ହୋଈଛି। ସୂଚନା ପ୍ରକାରେ ଟେମରାଜ ସ୍ତ୍ରୀ ସହ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ନିକଟ କୁପିଆ ଠାରେ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ନିଜ ବାଈକ ଯୋଗେ ଯାଉଥିବା ବେଳେ ଅପରପକ୍ଷରୁ ଏକ ଦ୍ରୁତ ଗତିରେ ଆସୁଥିବା ବୋଲେରୋ ବାଈକକୁ ପିଟିଥିଲା।

ଘଟଣା ସ୍ଥଳରେ ହିଁ ବାଈକ ଚାଳକ ଟେମରାଜର ମୃତ୍ୟୁ ହୋଈଥିଲା। ତାଙ୍କ ସ୍ତ୍ରୀଙ୍କୁ ନବରଙ୍ଗପୁର ବଡ ମେଡିକାଲକୁ ଆଣି ଚିକିତ୍ସା କରାଯାଈଛି। ବୋଲେରୋ ଡ୍ରାଈଭର ଘଟଣା ଘଟାଈବା ପରେ ଖସି ଚାଲିଯାଈଛି। ମୃତ ଦେହକୁ ଶବ ସଂରକ୍ଷଣ ଗୃହରେ ରଖାଯାଈଛି। ବୋଲେରୋ ମାଲିକ ଆସିଲେ ହିଁ ଆଲୋଚନା ପରେ ଶବ ବ୍ୟବଛ୍ଛେଦ କରାଯିବାକୁ କହିଛନ୍ତି ଗାଁ ଲୋକେ।

Leave A Reply