ଦଶପଲ୍ଲା ୧୯/୧୦ : ଦଶପଲ୍ଲା ବ୍ଲକ ସ୍ତରୀୟ ସୁରଭି – ୨୦୨୩ ପାଳିତ ହୋଇ ଯାଇଛି । ସ୍ଥାନୀୟ ରାଧା ମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟ କ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ତହସିଲଦାର ଶ୍ରୀକୁମାର ରଥ,ମୁଖ୍ୟ ବକ୍ତା ବିଡ଼ିଓ ସଞ୍ଜୟ କୁମାର ଆଚାର୍ଯ୍ୟ, ଜିଲ୍ଲା ସହ ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ,ହାଡ଼ିବନ୍ଧୁ ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେଶ କୁମାର ବେହେରା , ବରିଷ୍ଠ ନାଗରିକ ମଂଚ ସଭାପତି ପ୍ରାଣ କୃଷ୍ଣ ବେହେରା, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ନାୟକ, ପ୍ରମୁଖ ଯୋଗଦେଇ ଶିଶୁ ମହୋତ୍ସବ ସୁରଭି ସମ୍ପର୍କ ରେ ବକ୍ତବ୍ୟ ରଖି ଥିଲେ । ସନ୍ଧ୍ୟା ସମୟ ରେ ଏହାର ଉଦ ଜାପାନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଉଦଯାପନି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ଶିକ୍ଷା ଅଧିକାରିଣୀ ରାଜଶ୍ରୀ ପଟ୍ଟନାୟକ , ପୂର୍ବତନ ଗ୍ରାମ୍ୟ ବ୍ୟାଙ୍କ ଅଧ୍ୟକ୍ଷ ବୃନ୍ଦାବନ ନାୟକ, ଏନ ଏ ସି ଅଧ୍ୟକ୍ଷା ଇଂ ପୁନମ ପ୍ରିୟ ଦର୍ଶିନୀ, ଯୋଗ ଦେଇଥିବା ବେଳେ ୭ ଜଣ କାଉନସିଲର ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ସଭାପତି ଯୋଗ ଦେଇଥିଲେ । ରାଜ୍ୟ ସରକାର ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଶିଶୁ ମାନଙ୍କ ବିକାଶ ପାଇଁ ବହୁ ବିଧି କାର୍ଯ୍ୟକୁ ବିଧାୟକ ନିଜ ଭାଷଣ ରେ ଉପସ୍ଥାପନ କରିଥିବା ବେଳେ ସୁରଭି ଶିଶୁ ମାନଙ୍କ ଅନ୍ତର୍ନିହିତ ଗୁଣ କୁ ପରିପ୍ରକାଶ ପାଇଁ ଏକ ମାଧ୍ୟମ ବୋଲି ଜିଲ୍ଲା ଶିକ୍ଷା ଅଧିକାରିଣୀ ପ୍ରକାଶ କରିଥିଲେ । ଏହି ସଭାକୁ ଶିକ୍ଷକ ଜୟଦେବ ମିଶ୍ର ପରିଚାଳନା କରିଥିଲେ । ମାତ୍ର ଏହି ସୁରଭି କାର୍ଯ୍ୟ କ୍ରମରେ ଦଳଗତ ନୃତ୍ୟ ରେ ଜଜ ବା ନିରୀକ୍ଷକ ଙ୍କ ପକ୍ଷପାତିତା ଓ ବିଇଓ ଙ୍କ ନିଷ୍କ୍ରିୟ ତାକୁ ନେଇ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଦଶପଲ୍ଲା ଶିକ୍ଷା ମଣ୍ଡଳ ଅଧିନ ରେ ୧୩ ଟି କ୍ଲସ୍ଟର ଥିବା ବେଳେ କ୍ଲସ୍ଟର ସ୍ତରରେ ହୋଇଥିବା ସଙ୍ଗୀତ,ଚିତ୍ରାଙ୍କନ,ବକୃତା,ରଚନା, ହସ୍ତାକ୍ଷର,କୁଇଜ,ରଚନା,ସଙ୍ଗୀତ,ଓ ଦଳଗତ ନୃତ୍ୟ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଦଳଗତ ନୃତ୍ୟ ରେ ଜଣେ ଆଂକରିଙ୍ଗ କରିବେ ଓ ଛଅ ଜଣ ନୃତ୍ୟ କରିବେ ବୋଲି ନିର୍ଦ୍ଧିଷ୍ଟ ନିୟମ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗାଇଡ଼ ଲାଇନ ରେ ଦର୍ଶା ଯାଇଥିବା ବେଳେ ଏହାକୁ ଉଲ୍ଲଘଂନ କରାଯାଇ ସାତଜଣ ଛାତ୍ରୀ ନାଚିଥିବା ବିଦ୍ୟାଳୟ କୁ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଦେବା ଓ ସୁରଭି ନିୟମ ଅନୁଯାୟୀ ନାଚୁଥିବା ଛାତ୍ର ଛାତ୍ରୀ ଙ୍କୁ ବାଦ ଦେବାକୁ ନେଇ ଛାତ୍ର ଛାତ୍ରୀ, ଅଭିଭାବକ ଓ ବିଦ୍ୟାଳୟ ର ଶିକ୍ଷକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ଏ ନେଇ ବିଇଓ ଙ୍କ ନୀରବତା ନେଇ ପ୍ରଶ୍ନବାଚି ସୃଷ୍ଟି କରିଛି । କେବଳ ସେତିକି ନୁହେଁ ତେର ଟି କ୍ଲସ୍ଟର ମଧ୍ୟରୁ ତେର ଟି ଦଳ ନୃତ୍ୟ ପରିବେଷଣ କରିବା କଥା ମାତ୍ର ୧୫ ଟି ଦଳ ଦଳଗତ ନୃତ୍ୟ ପ୍ରଦର୍ଶନ କରିଥିଲେ । ଯାହାକୁ ନେଇ ସୁରଭି କମିଟି ଓ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟ କୁ ନେଇ ସନ୍ଦେହ ସୃଷ୍ଟି କରିଛି । ଏ ସମ୍ପର୍କ ରେ ସାମୟୀକ ଶିକ୍ଷକ ଆଲୋକ ସେନାପତି ବି ଇ ଓ ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଏଭଳି ଅନିୟ ମିତତା କୁ ନେଇ ଛାତ୍ର ଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପାଇଁ ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି ।