Odisha news

ତାଲିବାନ ପାକିସ୍ତାନ ଗଳାର ଫାସ ହେବାକୁ ଯାଉଛି , ସୂଚନା ଦେଲେ CIA ର ପୂର୍ବତନ ଡାଇରେକ୍ଟର

ନୂଆଦିଲ୍ଲୀ : ଆମେରିକାର ଗୁଇନ୍ଦା ବିଭାଗ CIA ର ପୂର୍ବତନ ଡାଇରେକ୍ଟର ଜେନେରାଲ ଡେଭିଡ ଏଚ ପେଟ୍ରେସ କହିଛନ୍ତି ଆଫଗାନିସ୍ଥାନ ରେ ତାଲିବାନ ଶାସନ କୁ ଫେରିବା ଗୋଟିଏ ଯନ୍ତ୍ରଣା ଦାୟକ ଅନୁଭବ । ଇଣ୍ଡିଆ ଟୁଡେ ର ଗୋଟିଏ ଭିଡିଓ କର୍ଣାଫରେନ୍ସିଂ ଜରିଆରେ ଡେଭିଡ କହିଛନ୍ତି
ତାଲିବାନ ଫେରିବା ଦ୍ଵାରା ପାକିସ୍ତାନ ରେ ଖୁସିର ଲହରୀ ଖେଳି ଯାଇଥିଲେ ମଧ୍ୟ କିନ୍ତୁ ଏହା ବେଶୀଦିନ ପର୍ଯ୍ୟନ୍ତ ରହିବ ନାହିଁ ।
ଡେଭିଡ କହିଛନ୍ତି ମୁଁ ମୋ ଜୀବନର ଗତ ୧୧ ବର୍ଷ ମଧ୍ୟରୁ ୯ ବର୍ଷ ମୁସଲିମ କଟର୍ ପନ୍ଥି ଙ୍କୁ ନେଇ କାମ କରିଛି । କାବୁଲ ରେ ତାଲିବାନ ଫେରିବା ପରେ ଛାତି ଥରାଇ ଦେବାଭଳି ଘଟଣା ଘଟିଛି । ମୁଁ ଆଫଗାନ ମାନଙ୍କ ପାଇଁ ଚିନ୍ତିତ । ସେମାନଙ୍କ ଇକୋନୋମି ଅତି ତଳ ସ୍ତରରେ ରହିଛି । ବିଜୁଳି ସେବା ମଧ୍ୟ ଆଫଗାନିସ୍ତାନ ରେ ବନ୍ଦ୍ ହୋଇପାରେ । ଏହା ବ୍ୟତୀତ ମଧ୍ୟ ଆଫଗାନିସ୍ତାନ ଲୋକ ଅନେକ ଅସୁବିଧା କୁ ନେଇ ଜୀବନ ବିତାଉ ଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଗକୁ ପାକିସ୍ତାନ ର ଅତ୍ୟଧିକ ତାଲିବାନ ପ୍ରେମ ତାକୁ ଭାରି ନପଡୁ । କାରଣ ISI ର ଲଗାତାର ତାଲିବାନ କଥାରେ ମୁଣ୍ଡ ପୁରାଇ ହସ୍ତକ୍ଷେପ କରିବା ଦ୍ୱାରା ଏହା ଭବିଷ୍ୟତ ରେ ତା ପାଇଁ ବିପଦ ସୃଷ୍ଟି କରିପାରେ । ଯଦି ପାକିସ୍ତାନ ଭାବୁଛି ଯେ ତାଲିବାନ ଶାସନକୁ ଆସିବା ତାକୁ ସେଲିବ୍ରେସନ୍ କରିବାର ମଉକା ମିଳୁଛି ତେବେ ଏହା ଭୁଲ୍ ଅଟେ , ତାର ଏହି ସୁଖ ବେଶୀଦିନ ରହିବ ନାହିଁ ।
Shares