Odisha news

ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗ, ଥାନାରେ ଏତଲା

0

ତିହିଡି (ଯଦୁମଣି ପାଣିଗ୍ରାହୀ ) : ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧିନ ମୁକୁନ୍ଦପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ପତାକାକୁ ଅସମ୍ମାନ କରାଯାଇଥିବା ନେଇ ଥାନାରେ ଏତଲା କରାଯାଇଛି । ଗତକାଲି ସ୍ୱାଧୀନତା ଦିବସ ପାଳନ ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପତାକା ଉତ୍ତୋଳନ କରିଥିଲେ । ମାତ୍ର ତାହା ଓଲଟା ବନ୍ଧା ଯାଇଥିବା ପରେ ଜଣାଯାଇଥିଲା । ସ୍କୁଲ କର୍ତ୍ତୃପକ୍ଷ ନିର୍ଦ୍ଧାରିତ ସମୟ ମଧ୍ୟରେ ପଳେଇ ଯାଇଥିବା ବେଳେ କିଛି ସମୟ ମଧ୍ୟରେ ଏହା ଜଣା ପଡିଥିଲା ।

ଗ୍ରାମବାସୀ ଅକ୍ଷୟ ମାହୁନ୍ତ ଓ କିଛି ବ୍ୟକ୍ତି ପତାକାକୁ ଅବତରଣ କରାଇ ପୂନଶ୍ଚ ସଠିକ୍ ଭାବ ପତାକା ବାନ୍ଧିଥିଲେ । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ପ୍ରଧାନଶିକ୍ଷକଙ୍କର ଖାମିଖିଆଲୀ ନୀତି ପାଇଁ ତାଙ୍କୁ ଆଇନ୍ ଅନୁଯାୟୀ ଦଣ୍ଡିତ କରିବା ପାଇଁ ପ୍ରାକ୍ତନ ସମିତିସଭ୍ୟ ଉମାକାନ୍ତ ଦାସ ଥାନାରେ ଏତଲା ଦେବା ସହ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି । ଏହି ଘଟଣାଟି ସଂପ୍ରତି ଚର୍ଚ୍ଚାର ବିଷୟ ହୋଇଛି ।

IEC 2 years
Leave A Reply