Odisha news

ଛତିଶଗଡ ଓଡିଶାକୁ ମହାନଦୀ ପାଣିରୁ ବଂଚିତ କରି ପାରିବନି : ନରସିଂହ ମିଶ୍ର

0

ଭୁବନେଶ୍ୱର, ୩୧ ଡିସେମ୍ବର – ମହାନଦୀର ଜଳ ଛତିଶଗଡ ସମେତ ଓଡିଶାରେ ମଧ୍ୟ ପ୍ରବାହିତ ହେଉଛି । ସେ ପାଣି ଉପରେ ଓଡିଶାର ମଧ୍ୟ ଅଧିକାର ରହିଛି । ପ୍ରକୃତି ଦେଇଥିବା ଏହି ଜଳ ଉପରେ ଉଭୟ ରାଜ୍ୟର ଅଧିକାର ରହିଛି । ଏହି ଅଧିକାରରୁ ଛତିଶଗଡ ଓଡିଶାକୁ ବଂଚିତ କରି ପାରିବ ନାହିଁ । ଛତିଶଗଡ ଏବଂ ମଧ୍ୟପ୍ରଦେଶ ମଧ୍ୟରେ ହୋଇଥିବା ଚୁକ୍ତିନାମା ଓ ବିଧି ବ୍ୟବସ୍ଥା ଅନୁଯାୟୀ ଓଡିଶା ଯେତିକି ଜଳ ପାଇବା କଥ ମିଳିବା ଦରକାର । ବିଶେଷ କରି ଅଣମୌସୁମୀ ସମୟରେ ଆବଶ୍ୟକତା ଅନୁଯାୟୀ ପାଣି ମିଳିବା ଦରକାର ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରକାଶ କରିଛନ୍ତି ।
ଗତକାଲି ଛତିଶଗଡର ଜଳ ସମ୍ପଦ ମନ୍ତ୍ରୀ ରବୀନ୍ଦ୍ର ଚୌବେ ମହାନଦୀ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ଉପରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରି ଏହା କହିଛନ୍ତି । ସେ କହିଛନ୍ତି ଯେ ଛତିଶଗଡରେ କଂଗ୍ରେସ ସରକାର ଅଛି । ଏଠି ଓଡିଶାରେ କଂଗ୍ରେସ ବିରାଧୀ ଦଳରେ ରହିଛି । ଛତିଶଗଡରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ବେଳେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏବଂ ଅନ୍ୟ ନେତାମାନେ ମହାନଦୀ ସମ୍ପର୍କରେ ଆଲୋଚନା କରିଥିଲେ । ମହାନଦୀ ଟ୍ରିବ୍ୟୁନାଲ ବାହାରେ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ସେମାନେ ତାଙ୍କ ରାଜ୍ୟର ସ୍ୱାର୍ଥ ରକ୍ଷା କରିବା ପାଇଁ ଲଢେଇ କରିବେ । ଆମେ ବି ଆମ ରାଜ୍ୟ ପାଇଁ ଲଢିବୁ । ଲଢାଲଢି ମଧ୍ୟରେ କିପରି ସମାଧାନ ହୋଇପାରିବ ଆମେ ସେ ଦିଗରେ ଚିନ୍ତା କରୁଛୁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ର୍ସେହିପରି ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ଯେ ମହାନଦୀ ସମ୍ପର୍କରେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହିତ ସେ ଆଲୋଚନା କରିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କର କୌଣସି ନକାରାତ୍ମକ ମନୋଭାବ ନଥିଲା । ଆଇନ ଏବଂ ଟେକ୍ନୋଲୋଜି ଅନୁସାରେ ଯାହା କରାଯିବା କଥା କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତିିି । ଏ ଦିଗରେ ଆମର ଉଦ୍ୟମ ଜାରୀ ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Leave A Reply