Odisha news

ଚୋରୀ ସାଇକେଲ ଜବତ ଚୋର ଗିରଫ

0

ଧର୍ମଶାଳା:ଧର୍ମଶାଳା ଥାନା ଜାରକା ବିଟ ହାଉସ ଅନ୍ତର୍ଗତ ଜାରକା ବଜାରରୁ ଚୋରୀ ହୋଇଥିବା ୨ ଗୋଟି ସାଇକେଲକୁ ପୁଲିସ ଉଦ୍ଧାର କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି । ଘଟଣାରୁ ପ୍ରକାଶ ଗତ ୩ ତାରିଖରେ ଜାରକା ପରିବା ବାଜାରରୁ ଜଣେ ବାଳକର ସାଇକେଲ ଚୋରୀ ହୋଇଥିବା ନେଇ ବିଟ ହାଉସରେ ଅଭିଯୋଗ ହୋଇଥିଲା ।

ପୋଲିସ ୪୦୮/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ସାଇକେଲ ଚୋରୀ କରିଥିବା ଏହି ଥାନା ମିର୍ଜାପୁର ଗ୍ରାମର ଅମରେଶ ସେଠୀକୁ ଗତକାଲି ରାତିରେ ଗିରଫ କରିବା ସହ ଚୋରୀ ହୋଇଥିବା ସାଇକେଲ ଜବତ କରିଥିଲା । ଥାନାରେ ପଚରା ଉଚରା ପରେ ସେ ସପ୍ତାହ ତଳୁ ଜାରକା ବଜାରରୁ ଅନ୍ୟ ଏକ ସଇକେଲ ଚୋରୀ କରିଥିବା ସେ ସ୍ୱିକାର କରିଥିଲା । ପରେ ପୋଲିସ ଉକ୍ତ ସାଇକେଲଟିକୁ ମଧ୍ୟ ତା ନିକଟରୁ ଜବତ କରି ଆଜି ତାକୁ କୋର୍ଟ ଚାଲାଣ କରିଥିବା ବିଟ ହାଉସ ଅଧିକାରୀ ରାଜ କିଶୋର ନାୟକ ସୂଚନା ଦେଇଛନ୍ତି ।

Nalco
Leave A Reply