ଆମ ମାନଙ୍କ ମଧ୍ୟରେ ଏଭଳି ଅନେକ ଲୋକ ରହିଛନ୍ତି ଯିଏକି ନିରାମିଷ ବଦଳରେ ଅଧିକ ଆମିଷ ଖାଇବା ପାଇଁ ପସନ୍ଦ କରି ଥାଆନ୍ତି l ବିଶେଷ ଭାବରେ ଆମିଷ ଖାଦ୍ୟ କୁ ଉତେଜନା ବୃଧିକାରି ଖାଦ୍ୟ ବୋଲି କୁହାଯାଇଥାଏ l ଏଥିରେ ମାଛ, ଚିକେନ, ଅଣ୍ଡା, ରେଡ ମିଟ, ସି ଫୁଡ ଯେପରିକି ଚିଙ୍ଗୁଡ଼ି, କଙ୍କଡା ଇତ୍ୟାଦି ସାମିଲ ରହିଛି l ଏହିସବୁ ମଧ୍ୟରୁ ପ୍ରାୟ ସମସ୍ତ ଲୋକେ ଚିକେନ ଖାଇବା ପାଇଁ ଅଧିକ ପସନ୍ଦ କରି ଥାଆନ୍ତି l ଚିକେନ ରେ କ୍ୟାଲସିୟମ, ପ୍ରୋଟିନ, ଫସଫରସ, ଭିଟାମିନ ଏ, ବି 5, ବି 6, ନିୟସିନ, ବିଟା କେରୋଟିନ, ଲାଇକୋପୀନ, ଆଇରନ, ଜିଙ୍କ ଆଦି ସାମିଲ ରହିଛି l ଯାହାକି ଆମ ଶରୀରକୁ ଅଲଗା ଅଲଗା ଭାବରେ ଲାଭ ଦେବା ସହିତ ଅନେକ କ୍ଷତି କରିଥାଏ l
ବିଶେଷ ଭାବରେ ଯଦି ଆପଣ ଗରମ ଦିନରେ ଅଧିକ ଆମିଷ ସେବନ କରୁଛନ୍ତି ତେବେ ସେଥିପ୍ରତି ବିଶେଷ ଭାବରେ ସତର୍କ ରହିବା ଆବଶ୍ୟକ l
– ଗରମ ଦିନରେ ଅତ୍ୟଧିକ ଚିକେନ ସେବନ କରିବା ଉଚିତ ନୁହେଁ l ଏହା ଆପଣଙ୍କ କୋଲେଷ୍ଟ୍ରାଲ ସ୍ତର କୁ ବୃଦ୍ଧି କରିଥାଏ l ଏହାଛଡା ଚିକେନ ଆମର ରକ୍ତଚାପ ବୃଦ୍ଧିର ମଧ୍ୟ ଗୋଟିଏ ବଡ଼ କାରଣ ଅଟେ l କାର୍ଯ୍ୟ କରିବାକୁ ଇଛା ହୋଇ ନଥାଏ ଏବଂ ଅଧିକ ଝାଳ ବୋହିଥାଏ l ଯାହାକି ଦେହ ଅସୁସ୍ଥ ହେବାର ଗୋଟିଏ କାରଣ ଅଟେ l
– ଚିକେନ କୁ ଗୋଟିଏ ହିଟ ଫୁଡ ଭାବରେ ଗ୍ରହଣ କରାଯାଇ ଥାଏ l ଏହାକୁ ସେବନ କରିବା ଦ୍ୱାରା ଶରୀରର ତାପମାତ୍ରା ମଧ୍ୟ ବୃଦ୍ଧି ହୋଇଥାଏ l ଗରମ ଦିନରେ ଚିକେନ ଖାଇବା ଦ୍ୱାରା ଶରୀର ଉତେଜିତ ହୋଇ କ୍ରୋଧ ଜାତ ହୋଇଥାଏ l ତେଣୁ ଆମିଷ ଅଧିକ ସେବନ ଶରୀର ପାଇଁ କ୍ଷତିକାରକ ଅଟେ l
– ଯଦି ଆପଣ ଗରମ ଦିନରେ ଅଧିକ ଚିକେନ ସେବନ କରୁଛନ୍ତି ତେବେ ହାଡ଼ ସମ୍ବନ୍ଧିତ ସମସ୍ୟାର ସମୁଖୀନ ହୋଇ ପାରନ୍ତି l ଏହାଦ୍ୱାରା ଅର୍ଥାରଇଟିସ ହେବାର ଆଶଙ୍କା ଅଧିକ ବୃଦ୍ଧି ହୋଇଥାଏ l ଅତ୍ୟଧିକ ଚିକେନ ସେବନ ୟୁରିକ ଏସିଡ ବୃଦ୍ଧିର ଗୋଟିଏ କାରଣ ଅଟେ l ଯାହାକି ହାଡ଼କୁ ଦୁର୍ବଳ କରି ଦେଇଥାଏ l ଏହାଛଡା ୟୁଟିଆଇ ସମସ୍ୟା ମଧ୍ୟ ବୃଦ୍ଧି ପାଇଥାଏ l
– ବିଶେଷ ଭାବରେ ପଲଟ୍ରି ଫାର୍ମ ଗୁଡିକ ରେ କୁକୁଡ଼ା ମାନଙ୍କ ଓଜନ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ରାସାୟନିକ ଖାଦ୍ୟ ଦିଆଯାଇଥାଏ l ଏହା କୁକୁଡ଼ା ମାନଙ୍କ ପାଇଁ ହିତକର ହୋଇଥିଲେ ମଧ୍ୟ ମଣିଷ ମାନଙ୍କ ପାଇଁ କ୍ଷତିକାରକ ଅଟେ l ବ୍ରଏଲର କୁକୁଡ଼ା ଖାଇବା ଶରୀର ପକ୍ଷରେ ଆଦୌ ହିତକର ନୁହେଁ l କୁକୁଡ଼ା ଫର୍ମ ଗୁଡିକ ରେ କୁକୁଡ଼ା ମାନଙ୍କୁ ଆର୍ସେନିକ ମଧ୍ୟ ଖାଦ୍ୟରେ ଦିଆଯାଇ ଥାଏ l ଯାହାକି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର କାରଣ ଅଟେ l