Odisha news

ଗଜପତିଙ୍କୁ ବିଜୟଙ୍କ ଟାର୍ଗେଟ୍

0

ଭୁବନେଶ୍ୱର, ୩୧ ଡିସେମ୍ବର – ପୁରୀର ଗଜପତି ମହାରାଜ ଶସ୍ତା ବିବୃତି ଦେଇ ଖସିଯିବା ଉଚିତ ନୁହେଁ । ଗଜପତି ଭୁଲିବା କଥା ନୁହେଁ ଯେ ସେ ହେଉଛନ୍ତି ପରି·ଳନା କମିଟିର ଅଧ୍ୟକ୍ଷ ଓ ଜଗନ୍ନାଥଙ୍କ ଅ ।ଦ୍ୟ ସେବକ । ତାଙ୍କର ମଧ୍ୟ ଦାୟିତ୍ୱ ଅଛି । ଶ୍ରୀମନ୍ଦିର ପରି·ଳନାକୁ କେହି ମାମୁଲି ଭାବରେ ନ ନିଅନ୍ତୁ ବୋଲି ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରକାଶ କରିଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି ଯେ ଛୋଟ ଘଟଣାଟି ପୂର୍ବରୁ ଜଣାଥିଲେ ମଧ୍ୟ ପ୍ରଶାସନ ଆନ୍ତରିକତା ଦେଖାଇଲା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ରାଜ୍ୟବାସୀଙ୍କୁ ଏହା ଦୁଃଖ ଦେଇଛି । ନୂଅ ।ବର୍ଷରେ ରାତିରୁ ଦର୍ଶନ ପରମ୍ପରା ହୋଇଗଲାଣି । ଯେହେତୁ ବହୁ ସଂଖ୍ୟାରେ ଭକ୍ତ ଦର୍ଶନ କରିବାକୁ ଅ ।ସୁଛନ୍ତି ମନ୍ଦିର ଖୋଲିବାରେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ବିଜୟ ମହାପାତ୍ର ।

Leave A Reply