ନୂଆଦିଲ୍ଲୀ :ସରକାର ବର୍ତ୍ତମାନ ଡିଜିଟାଲ ମାଧ୍ୟମରେ ଲୋକମାନଙ୍କୁ ସକ୍ଷମ କରାଇବାକୁ ଚାହୁଁଛନ୍ତି l ଏପରି ସ୍ଥଳେ ସରକାରଙ୍କ ପକ୍ଷରୁ ଗୋଟିଏ ପୋର୍ଟାଲର ଶୁଭାରମ୍ଭ କରାଯାଇଛି ,ଯେଉଁ ମାଧ୍ୟମରେ ଅଧିକରୁ ଅଧିକ ଲୋକ ଚାକିରୀ ପାଇପାରିବେ l ଏହି ପୋର୍ଟାଲ ଜରିଆରେ ଏମଏସଏମଇ କମ୍ପାନୀର ଶ୍ରମିକ ମାନଙ୍କୁ ସିଧାସଳଖ ସମ୍ପର୍କ କରା ଯାଇପାରିବ l
ଏହାଦ୍ୱାରା ଅନେକ ଲୋକଙ୍କୁ ରୋଜଗାର କ୍ଷମ କରାଇବାରେ ସହାୟତା ମିଳି ପାରିବ l ଆଉ ଅନେକ ବ୍ୟକ୍ତି ମଧ୍ୟ ବଡ଼ବଡ଼ କମ୍ପାନୀ ସହିତ ଯୋଡି ହୋଇ ପାରିବେ l ଏହି ପୋର୍ଟାଲର ଆରମ୍ଭ ଗତ ମାସରୁ ଆରମ୍ଭ ହୋଇଛି ଓ ବର୍ତମାନ ଏହାର ଆରମ୍ଭ ପାଇଲଟ ପ୍ରୋଜେକ୍ଟ ଭାବରେ କରାଯାଇଛି l ବର୍ତମାନ ଅଧିକାଂଶ ଜିଲ୍ଲାରେ ଏହି ୱେବସାଇଟ ଆରମ୍ଭ ହୋଇଛି ଓ ଧୀରେ ଧୀରେ ଏହାର ବିସ୍ତାର କରାଯିବ l ଆସନ୍ତୁ ଜାଣିବା ଏହି ପୋର୍ଟାଲ ଦ୍ୱାରା କିଏ ଲାଭାନ୍ବିତ ହେବେ ଓ କଣ ସୁବିଧା ଉପଲବ୍ଧ ହେବାକୁ ଥିବା କିଛି ଖାସ କଥା …..
କଣ ସବୁ ସକ୍ଷମ ?
ଟାଇଫେକ ଦ୍ୱାରା ଏମଏସଏମଇ ଆବଶ୍ୟକତା ଓ ଶ୍ରମିକଙ୍କ କୌଶଳକୁ ଏକା ସହିତ ଯୋଡି “ସକ୍ଷମ “ନାମକ ଏହି ରୋଜଗାର ପୋର୍ଟାଲର ଆରମ୍ଭ ହୋଇଛି l ଏହାର ଆରମ୍ଭ ଫେବୃଆରୀ ୧୧ ରେ କରାଯାଇଥିଲା ,ଯାହାଦ୍ୱାରା ଏମଏସଏମଇ କମ୍ପାନୀର ଶ୍ରମିକଙ୍କ ସହିତ ସିଧାସଳଖ ସମ୍ପର୍କ ରଖିବ l ଏହାଦ୍ୱାରା ରୋଜଗାର କ୍ଷମ ହେବାକୁ ସହଜ ହେବ l ଏହି ପୋର୍ଟାଲର ଆରମ୍ଭ ଗୋଟିଏ ଲକ୍ଷ ନେଇ ଆରମ୍ଭ କରାଯାଇଛି ଯାହାର ମୁଖ୍ୟ ଲକ୍ଷ ହେଲା ମଧ୍ୟସ୍ଥି ମାନଙ୍କ ପାଦୁର୍ଭାବ ରହିବ ନାହିଁ ଓ ଶ୍ରମିକଙ୍କ ଟ୍ୟାଲେଣ୍ଟ ହିସାବରେ ଚାକିରୀ ମିଳି ପାରିବ l ଏହା ଭିନ୍ନ ଭିନ୍ନ ସହରରେ ଥିବା ଉଦ୍ୟୋଗ ଗୁଡିକରେ ଶ୍ରମିକ ମାନଙ୍କ ଟ୍ୟାଲେଣ୍ଟ ହିସାବରେ ରୋଜଗାରର ପନ୍ଥା ବିଷୟରେ ଅବଗତ କରାଇଥାଏ l ଏଥିରେ ଏଲଗାରିଦମ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ର ବ୍ୟବହାର କରାଯାଇଛି l ଆଉମଧ୍ୟ ଏଥିରେ ଆପଣ ଯଦି କୌଣସି ବିଷୟରେ ଟ୍ରେନିଂ ଚାହୁଁଛନ୍ତି ସେ ବିଷୟରେ ମଧ୍ୟ ଜାଣିବାକୁ ପାଇବେ l ଲଂଚିଂ ସମୟରେ ପାଇଲଟ ପରିଯୋଜନାର ଅନ୍ତର୍ଭୁକ୍ତ କରାଯାଇ ୨ଟି ଜିଲ୍ଲାରେ ଆରମ୍ଭ କରାଯାଇଛି l ଏହି ପୋର୍ଟାଲଟି ପୁର୍ଣ କାର୍ଯ୍ୟକ୍ଷମ ହୋଇଛି l ଏହି ପୋର୍ଟାଲର ଠିକଣା ହେଲା www.sakshamtifac.org
ଏହା କିପରି କରୁଛି କାର୍ଯ୍ୟ ?
ଏହି ପୋର୍ଟାଲରେ ଉଦ୍ୟୋଗ ସମ୍ବନ୍ଧିତ ଡାଟା ଓ ଜ୍ଞାନ ବିଭିନ୍ନ ୱାଟସ ଆପ୍ପ ଓ ଅନ୍ୟ ଲିଙ୍କ ମାଧ୍ୟମରେ ସୋ ଚାଳିତ ରୂପେ ଅପଡେଟ କରାଯାଉଅଛି l ସୋସିଆଲ ମିଡ଼ିଆ ସହିତ ବିଭିନ୍ନ ଚ୍ୟାନେଲର ମାଧ୍ୟମରେ ଦେଶରେ ଶ୍ରମିକ ଓ ଏମଏସଏମଇ କୁ ଲୋକପ୍ରିୟ କରିବାପାଇଁ ପ୍ରୟାସ କରାଯାଉଛି l ଏଥିପାଇଁ ବିଭିନ୍ନ ରାଜ୍ୟ ସରକାର ଓ ଏମଏସଏମଇ ସମୂହଙ୍କ ସହିତ ଆଲୋଚନା ଚାଲିଛି l ଏଥିରେ ଲୋକମାନେ ନିଜ ବିଷୟରେ ମାଗଣାରେ ତଥ୍ୟ ଦେଇପାରିବେ l
ଏହାର କଣ ରହିଛି ବିଶେଷତ୍ୱ ?
ଏଥିରେ ଏମଏସଏମଇ ଓ ଶ୍ରମିକଙ୍କ ମଧ୍ୟରେ ବିନା କୌଣସି ସମସ୍ୟାରେ ଏକତ୍ରିତ ହୋଇପାରୁଛନ୍ତି l ଏମଏସଏମଇ ଓ ଶ୍ରମିକଙ୍କ ମଧ୍ୟରେ ସିଧାସଳଖ ସମ୍ପର୍କ ବଢୁଛି ଓ ମଧ୍ୟସ୍ଥି ମାନଙ୍କର ପ୍ରଭାବ କମୁଛି l ଏହାଦ୍ୱାରା ୧୦ ଲକ୍ଷ ଶ୍ରମିକ ଉପକୃତ ହେବେ ଏବଂ ଶ୍ରମିକ ମାନଙ୍କର ବିସ୍ଥାପନ ଉପରେ ଅଙ୍କୁଶ ଲାଗିପାରିବ l