Odisha news

କୋର୍ଟ ଏ ଏସ୍ ଆଇଙ୍କ ବିରୋଧରେ ବିଚାରପତି ଙ୍କ ଏତଲା : ଦସ୍ତଖତ ଜାଲ ହେବା ଅଭିଯୋଗ

ବୁଗୁଡ଼ା:୧୯/୨ ବୁଗୁଡ଼ା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ରେ ଥିବା କୋର୍ଟଏ ଏସ୍ ଆଇ ଜାଲ ଦସ୍ତଖତ କରିଥିବା ଅଭିଯୋଗ କରି ବୁଗୁଡ଼ା ଅଦାଲତର ବିଚାରପତି ସୋନାଲି ଅପରାଜିତା ଥାନାରେ ଏତଲା ଦେଇଛନ୍ତି। ଏତଲା ଗ୍ରହଣ କରାଯାଇ ବୁଗୁଡ଼ା ଥାନା ଅଧିକାରୀ ଚିତ୍ତରଂଜନ ବେହେରା। ସୂଚନା ମୁତାବକ କରଚୁଲି ଗ୍ରାମର ବିଜୟ ବେହେରା ଓରଫ୍ ବାବୁଲି ନିଜ ପୁତୁରାକୁ ହତ୍ୟା ଉଦ୍ୟମ ଅଭିଯୋଗ ରେ ଗତ ଜାନୁଆରୀ ୩୧ ତାରିଖରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲା। ବିଜୟ ବିଚାରଧୀନ ବନ୍ଧୀ ରୁପେ ଭଞ୍ଜନଗର ଜେଲ୍ ରେ ଥିଲେ ଓ ତାଙ୍କ ଝିଅ ବାହାଘର ଥିବାରୁ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। ସର୍ତମୁଳକ ଜାମିନ୍ ସୁପାରିଶ କରିଥିଲେ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଓ ବିଜୟ ବୁଗୁଡ଼ା ଅଦାଲତରେ ଉପସ୍ଥିତ ହୋଇ ସେଠାରୁ ଜାମିନରେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ୧୨ ତାରିଖରେ ବିଜୟ ବୁଗୁଡ଼ା କୋର୍ଟରୁ ଜାମିନରେ ଯିବାର ଥିଲାବେଳେ ସେଦିନ ବୁଗୁଡ଼ା ଅଦାଲତର ବିଚାରପତି ସେଦିନ ଛୁଟିରେ ଜିବାଯୋଗୁଁ ଦାୟିତ୍ୱରେ ରହିଥିଲେ ଆସିକା ପ୍ରଥମ ଶ୍ରେଣୀ ବିଚାର ବିଭାଗ ବିଚାରପତି ଶର୍ମିଷ୍ଠା ଜେନା। ତେବେ ବିଚାରପତି ସୋନାଲି ଅପରାଜିତା କିମ୍ବା ବିଚାରପତି ଶର୍ମିଷ୍ଠା ଜେନା ବିଜୟଙ୍କ ଜେଲ୍ ରୁ ବାହାରିବା କାଗଜପତ୍ର ଦସ୍ତଖତ କରିନଥିବା ବେଳେ ଜାଲ ଦସ୍ତଖତ ବଳରେ ବିଜୟ ଜେଲ୍ ରୁ ବାହାରି ଗାଁ କୁ ଆସିଯାଇଥିଲେ। ବିଜୟଙ୍କ କେଶ୍ ର ନଥିପତ୍ର ବୁଗୁଡ଼ା କୋର୍ଟ ଏ ଏସ୍ ଆଇ ସୂର୍ଯୟନାରାୟଣ ବେହେରାଙ୍କ ହେପାଜତରେ ଥିବାରୁ ଏହି ଜାଲ ଦସ୍ତଖତ ପାଇଁ କୋର୍ଟ ଏ ଏସ୍ ଆଇ ହିଁ ଦାୟୀ ବୋଲି ବୁଗୁଡ଼ା ଥାନାରେ ଏତଲା ଦେଇଛନ୍ତି ବିଚାରପତି ସୋନାଲି ଅପରାଜିତା। ପୋଲିସ୍ କେଶ୍ ରୁଜୁ କରିବା ପରେ ଉକ୍ତ ଏ ଏସ୍ ଆଇ ସୂର୍ଯ୍ୟନାରାୟଣ ବେହେରାଙ୍କୁ ଥାନାକୁ ଡାକିଥିଲେ ଓ ଘଟଣାର ଅନୁଧ୍ୟାନ ପାଇଁ ଭଞ୍ଜନଗର ଏସ୍ ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ମଧ୍ୟ ବୁଗୁଡ଼ା ଆସିଥିଲେ। ତେବେ ହଠାତ୍ ସୂର୍ଯ୍ୟ ଅସୁସ୍ଥ ହୋଇପଡ଼ିବା ଯୋଗୁ ବୁଗୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲା। ଆଜି ତାଙ୍କୁ ଭଞ୍ଜନଗର ଏସ୍ ଡିପିଓ ଡାକି ପଚରା ଉଚରା କରିଥିବା ବେଳେ ଏହି ଖବର ଲେଖା ସରିବା ବେଳକୁ ଅଭିଜିତ ପୋଲିସ ହେପାଜତରେ ଥିବା ସୂଚନା ମିଳିଛି। ଏହି ମାମଲାର ତଦନ୍ତ ଅଧିକାରୀ ଅଛନ୍ତି ବୁଗୁଡ଼ା ଥାନା ଏସ୍ ଆଇ କାର୍ତ୍ତିକ ନାୟକ।

Comments are closed.