ରାୟଗଡା,୨୭ ।୧: -ଚଳନ୍ତା କୋଇଲା ବୋଝଇ ଟ୍ରକରେ ନିଆଁ ଲାଗି ବିପୁଳ ପରିମାଣର କ୍ଷୟକ୍ଷତି ଘଟିଛି । ତେବେ ଅଗ୍ନିକାଣ୍ଡରେ ଗାଡିର ଉଭୟ ଡ୍ରାଇଭର ଓ ହେଲପର ସୁରକ୍ଷିତ ଥିବା ଜଣାପଡିଛି । ସୂଚନା ମୁତାବକ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଠାରୁ ରାୟଗଡା ଅଭିମୁଖେ ଆସୁଥିବା ଟ୍ରକ ସିଜି୦୪ ଏମଏମ୪୩୦୮ରେ ଶେଷଖାଲ ଥାନା ନିକଟସ୍ଥ ପାତ୍ରପୁର ଠାରେ ନିଆଁ ଲାଗିଯାଇଥିଲା । ଟ୍ରକରେ ନିଆଁ ଲାଗୁଥିବା ଦେଖି ଗାଡିର ଡ୍ରାଇଭର ଓ ହେଲପର ଗାଡିରୁ ବାହାରି ତୁରନ୍ତ ଅଗ୍ନିଶମ ବିଭାଗ ଖବର ଦେଇଥିଲେ । ଟ୍ରକରେ ନିଆଁ ଲାଗିଥିବା ଖବର ଶେଷଖାଲ ଥାନାରେ ମଧ୍ୟ ପହଂଚିଥିଲା । ଉଭୟ ଅଗ୍ନିଶମ ବାହିନୀ ଓ ଶେଷଖାଲ ଥାନା କର୍ମଚାରୀଙ୍କ ମିଳିତ ପ୍ରୟାସରେ ନିଆଁକୁ ଆୟତ କରାଯାଇଥିଲା । ପ୍ରାଥମିକ ତଦନ୍ତରୁ ସର୍ଟି ସର୍କିଟ ଯୋଗୁଁ ଟ୍ରକରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଏ ନେଇ ଶେଷଖାଲ ପୋଲିସ ତଦନ୍ତ ଆରମ୍ଭ କରିିଛି ।