ଭୁବନେଶ୍ୱର, ୩୧ ଡିସେମ୍ବର – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାର ଲୋଗୋ , ହେଲପ ଲାଇନ୍ ନମ୍ବର , ୱେବସାଇଟ୍ ଓ କାଳିଆ ବାର୍ତାର ଉନ୍ମୋଚନ କରିଛନ୍ତି ।
କାଳିଆ ଯୋଜନା ବିଷୟରେ ସୂଚନା ଓ ଅଭିଯୋଗ ପଂଜୀକରଣ କରିବାପାଇଁ କାଳିଆ ହେଲପଲାଇନ୍ (୧୮୦୦-୫୭୨-୧୧୨୨) ନାମରେ ଏକ ନିଶୁଳ୍କ ନମ୍ବରର ଉନ୍ମୋଚନ କରିଛନ୍ତି । ସେହିପରି ଡବ୍ଲଡବ୍ଲୁଡବ୍ଲୁ ଡଟ୍ କାଳିଆ ଡଟ୍ କୋ ଡଟ୍ ଇନ୍ ନାମରେ ଏକ ୱେସାଇଟ୍ ର ଉନ୍ମୋଚନ କରିଛନ୍ତି । ସେହିପରି ୦୮୦୬୧୧୭୪୨୨୨ ନମ୍ବରରେ ମିସ୍ କଲ୍ ଦେଇ କାଳିଆ ବାର୍ତାରେ ନାମ ପଂଜୀକରଣ କରିହେବ । ଫୋନ୍ ନମ୍ବର ପଂଜୀକୃତ ହେବା ପର ସମ୍ପୃକ୍ତ ବ୍ୟକ୍ତିଙ୍କୁ ଯୋଜନା ସମ୍ପର୍କିତ ସୂଚନା ଏସଏମଏସ୍ ଓ ଭଏସ୍ କଲ୍ ମାଧ୍ୟମରେ ପ୍ରଦାନ କରାଯିବ ।
Prev Post
Next Post