ଓଲିଉଡ଼ ଜଗତର ସୁନାମଧନ୍ୟ କଳାକାର ଉତ୍ତମ ମହାନ୍ତି, ୭୦ ରୁ ୮୦ ଦଶକ ରେ ନିଜ ଅଭିନୟ ଯାଦୁ ରେ ବାନ୍ଧି ରଖିଥିବା କଳାକାର ହେଉଛନ୍ତି ଉତ୍ତମ ମହାନ୍ତି l ଉତ୍ତମ ମହାନ୍ତି ବର୍ତମାନ ଦିଲ୍ଲୀ ସ୍ତିତ ବେଦାନ୍ତ ଚିକିତ୍ସାଳୟ ଚିକିତ୍ସିତ l କିଛିଦିନ ପୂର୍ବରୁ କୀମସ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ ଲିଭର ଷୋରିଆସିସ ରେ କିନ୍ତୁ ତାଙ୍କ ସ୍ଥିତି ଗମ୍ଭୀର ହେବାରୁ ତାଙ୍କୁ ଗ୍ରୀନ କରିଡର ଯୋଗେ ଏୟାର ଲିଫ୍ଟ କରି ଦିଲ୍ଲୀ ନିଆଯାଇଛି, ଏବଂ ସେଠାରେ ବେଦାନ୍ତ ହସ୍ପିଟାଲ ରେ ଚିକିତ୍ସିତ କରାଯାଉଛି l ମିଳିଥିବା ସୂଚନା ଅନୁସାରେ ଉତ୍ତମ ମହାନ୍ତି ଙ୍କୁ ଭେଣ୍ଟିଲେଟର ସାହାଯ୍ୟ ରେ ଆଇସିୟୁ ରେ ରଖାଯାଇଛି l
ଉତ୍ତମ ମହାନ୍ତି ଓଡ଼ିଆ ଫିଲ୍ମ ଜଗତ ର ପ୍ରତିଷ୍ଠିତ ଓ ସମ୍ମାନିତ ବ୍ୟକ୍ତି ମାନଙ୍କ ମଧ୍ୟରୁ ଜଣେ, ସେ ୧୯୭୭ ରେ ଅଭିମାନ ଚଳଚିତ୍ର ସହିତ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ, ଏବଂ ଖୁବ ଶୀଘ୍ର ସେ ସମସ୍ତ ଙ୍କ ମନରେ ଘର କରି ଯାଇଥିଲେ l ୩ ଦଶକ ରୁ ଉର୍ଧ୍ଵ ସମୟ ପର୍ଯ୍ୟନ୍ତ ଉତ୍ତମ ମହାନ୍ତି ଙ୍କ ଦବଦବା ଓଡ଼ିଆ ଚଳଚିତ୍ର ଜଗତ ରେ ରହିଥିଲା l ୮୦ ଦଶକ ରେ ସେ ନିଜ କ୍ୟାରିଅର ର ଶିଖରରେ ଥିଲେ l ୧୩୫ ରୁ ଉର୍ଧ୍ଵ ଓଡ଼ିଆ ଚଳଚିତ୍ର ରେ ସେ ନିଜର ଅଭିନୟ ର ଯାଦୁ ଦେଖାଇଛନ୍ତି l
ଏହାଛଡା ପାଖାପାଖି ୩୦ ଟି ବଙ୍ଗାଳୀ ଚଳଚିତ୍ର ରେ ମଧ୍ୟ ଅଭିନୟ କରିଛନ୍ତି l ଏଥି ବ୍ୟତୀତ ୧୯୯୧ ରେ ହିନ୍ଦୀ ଚଳଚିତ୍ର ନୟା ଜହର ରେ ମଧ୍ୟ ଗୋଟିଏ ମହତ୍ଵପୁର୍ଣ ଭୂମିକାରେ ଅଭିନୟ କରିଛନ୍ତି l ଉତ୍ତମ ମହାନ୍ତି ଙ୍କ ଅଭିନୀତ ଚଳଚିତ୍ର ମଧ୍ୟରେ ଅଭିମାନ, ଫୁଲ ଚନ୍ଦନ, ଦଣ୍ଡା ବାଳୁଙ୍ଗା, ଅକୁହା କଥା , ବିଦ୍ୟାରାଣ , ଚକା ଆକ୍ଷି ସବୁ ଦେଖୁଚି, , ସହରୀ ବାଘ, ମୁକ୍ତି ତୀର୍ଥ , ବସ୍ତ୍ର ହରଣ ଭଳି ଚଳଚିତ୍ର ରେ ଦମଦାର ଅଭିନୟ କରି ୩ ଦଶନ୍ଧୀ ଧରି ଓଡ଼ିଆ ଚଳଚିତ୍ର ଜଗତ ରେ କବ୍ଜା କରି ଆସୁଥିଲେ l
ଅପରାଜିତା ମହାନ୍ତି ଙ୍କ ସହିତ ଚଳଚିତ୍ର ରେ କାମ କରୁ କରୁ କେତେବେଳେ ଉଭୟଙ୍କ ମଧ୍ୟରେ ନିବିଡ଼ତା ବଢି ଗଲା ଓ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଗଲେ l ସିଲଭର ସ୍କ୍ରିନ ର ଏହି ଯୋଡି ଓଡ଼ିଆ ଦର୍ଶକ ଙ୍କ ମନକୁ ଜିଣିବାରେ ସଫଳ ହୋଇଥିଲେ l ରିଲ ଲାଇଫ ରୁ ନେଇ ରିଅଲ ଲାଇଫ ପର୍ଯ୍ୟନ୍ତ ଦର୍ଶକ ତାଙ୍କ ଯୋଡି ଙ୍କୁ ଖୁବ ପ୍ରଶଂସା ଆଜି ମଧ୍ୟ କରି ଆସୁଛନ୍ତି l ଅପରାଜିତା ସବୁବେଳେ ଗୋଟିଏ ଛାଇ ଟିଏ ଭଳି ଉତ୍ତମ ଙ୍କ ନିକଟରେ ରହି ଆସୁଛନ୍ତି l