ଭୁବନେଶ୍ୱର, ୧୪।୧ : ମକର ସଂକ୍ରାନ୍ତି ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ବୁଧବାର ମକର ସଂକ୍ରାନ୍ତି ପଡ଼ୁଥିବାରୁ ରାଜ୍ୟର ସମସ୍ତ ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛୁଟି ପାଇଁ ଅନୁମତି ଦେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ବର୍ଷର ସରକାରୀ କ୍ୟାଲେଣ୍ଡରରେ ମକରସଂକ୍ରାନ୍ତୀ ଛୁଟି ଉଲ୍ଲେଖ ନଥିଲା ।