Odisha news

ଆଦିବାସୀ ସେଙ୍ଗେଲ୍ ଅଭିଯାନ ପକ୍ଷରୁ ଆସନ୍ତା ୨୦ତାରିଖ ଭୁବନେଶ୍ୱର ଠାରେ ସାର୍ନା ଧର୍ମ କୋର୍ଡ ର୍ୟାଲି

0

ବାରିପଦା  : ଆଦିବାସୀ ସେଙ୍ଗେଲ୍ ଅଭିଯାନ ପକ୍ଷରୁ ଆଗାମୀ ୨୦ତାରିଖରେ ଲୋୟର ପିଏମଜି ଗାନ୍ଧି ମାର୍ଗ ଭୁବନେଶ୍ୱର ଠାରେ ସାର୍ନା ଧର୍ମ କୋର୍ଡ ର୍ୟାଲିର ଆୟୋଜିତ ହେବାକୁ ଥିବାବେଳେ ସାର୍ନା ଧର୍ମ କୋର୍ଡର ମାନ୍ୟତା କରାଇବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବିପତ୍ର ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଆଦିବାସୀ ସେଙ୍ଗେଲ ଅଭିଯାନ ବାରିପଦା ଜୋନାଲ କମିଟିର ସଭାପତି ନାରାନ ମୁର୍ମୁଙ୍କ ନେତୃତ୍ୱରେ ସେଙ୍ଗେଲ ପ୍ରତିନିଧି ମଣ୍ଡଳୀ ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି, ମୋରଡା ବିଧାୟକ ରାଜକିଶୋର ଦାସ ଓ ମୟୂରଭଞ୍ଜର ସାଂସଦ ବିଶେଶ୍ୱର ଟୁଡୁ ପ୍ରମୁଖଙ୍କୁ ସାକ୍ଷାତ କରି ନିମନ୍ତ୍ରଣ ପତ୍ର ସହିତ ସେଙ୍ଗେଲ ପୁସ୍ତକ ପ୍ରଦାନ କରିଛନ୍ତି ଏବଂ ମୟୂରଭଞ୍ଜର ଅନ୍ୟ ସମସ୍ତ ବିଧାୟକ ସହିତ ସମସ୍ତ ଆଦିବାସୀ ସାମାଜିକ ସଂଗଠନର ମୁଖ୍ୟ ତଥା ପେସା ଗ୍ରାମସଭା ଫାଗୁରାମ ମୁର୍ମୁ, ମାସା ଆର୍ମୀ ସୁକୁଲାଲ ମାରାଣ୍ଡି, ଆସେକା ସୁନ୍ଦର ମୋହନ ହେମ୍ବ୍ରମ ପ୍ରମୁଖଙ୍କୁ ହ୍ୱାଟ୍ସଆପ୍ ମାଧ୍ୟମରେ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି । ମୟୂରଭଞ୍ଜର ପୂର୍ବତନ ସାଂସଦ ତଥା ସେଙ୍ଗେଲ ସଂସ୍ଥାପକ ସାଲଖାନ ମୁର୍ମୁଙ୍କ ଆବାହନରେ ଆୟୋଜିତ ହେବାକୁ ଥିବା ସାର୍ନା ଧର୍ମ କୋର୍ଡ ର୍ୟାଲି ଭୁବନେଶ୍ୱରରେ ଯୋଗଦାନ ଦେବାକୁ ଅନୁରୋଧ କରାଯାଇଛି । ସାର୍ନା ଧର୍ମ ହେଉଛି ସମସ୍ତ ପ୍ରକୃତି ପୂଜକ ଆଦିବାସୀମାନଙ୍କର ଧାର୍ମୀକ ପରିଚୟ । ତେଣୁ ସରକାରୀ ମାନ୍ୟତା ତଥା କୋର୍ଡ ନଥିବାରୁ ଅନେକ ଆଦିବାସୀମାନେ ବିଭିନ୍ନ ଧର୍ମରେ ଧର୍ମାଂତରୀତ ହେବାକୁ ବାଧ୍ୟ ହେଉଛନ୍ତି । ତେଣୁ ଏହି ଧର୍ମ ସଂକଟ ସମସ୍ୟାର ସମାଧାନ ପାଇଁ ସମସ୍ତ ନେତା, ମନ୍ତ୍ରୀ ଓ ଜନତାଙ୍କ କର୍ତ୍ତବ୍ୟ ବୋଲି ପ୍ରକାଶ କରାଯିବା ସହ ସାର୍ନା ଧର୍ମ ସ୍ଥାପିତ ହେଲେ ବିଶ୍ୱର ପ୍ରାକୃତିକ ସଂସାର ସହିତ ସମାଜର ସାର୍ନା ସଂସ୍କୃତି, ପରମ୍ପରା, ମାନସମ୍ମାନ, ଇଜ୍ଜତ, ଆବାଦୀ ଆଦି ସୁଦୃଢ ଓ ସମୃଦ୍ଧି ହୋଇପରିବ ବୋଲି କହିଥିଲେ । ତତ୍ସହିତ ଆନେ୍ଦାଳନରେ ସାମିଲ ହେବା ପାଇଁ ବାଙ୍ଗିରିପୋଷି ଠାରୁ ଭୁବନେଶ୍ୱର ଯାଉଥିବା ରେଳଗାଡିରେ ପ୍ରକୃତି ପୂକ ଆଦିବାସୀ ମାନେ ବିନା ମୂଲ୍ୟରେ ଏକଦିନ ପାଇଁ ଯିବା ଆସିବାର ଅନୁମତି ପତ୍ର ମଧ୍ୟ ସ୍ଥାନୀୟ ବାରିପଦା ରେଳଷ୍ଟେସନ ମାଷ୍ଟରଙ୍କୁ ଲିଖିତ ସୂଚନା ଦେଇଛନ୍ତି । ପତ୍ର ପ୍ରଦାନ ସମୟରେ ବାରିପଦା ସବ୍ଡିଭିଜନାଲ ସେଙ୍ଗେଲ ସଭାପତି ବିକାଶ ହେମ୍ବ୍ରମ, ରବିନ୍ଦ୍ରନାଥ ଟୁଡୁ, ଚୈତନ୍ୟ ହେମ୍ବ୍ରମ, ରାମଚନ୍ଦ୍ର ମୁର୍ମୁ ଓ ଦଶରଥ ମାରାଣ୍ଡି ପ୍ରମୁଖ ସେଙ୍ଗେଲ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Nalco
Leave A Reply