ହିନ୍ଦୁ ଧର୍ମ ରେ ଜ୍ୟେଷ୍ଠ ମାସର ରହିଛି ଅନେକ ମହତ୍ୱ, ଆଜିର ଦିନଟି ପ୍ରତିପଦ ରୁ ଆରମ୍ଭ ହେଉଛି, ମାନ୍ୟତା ଅନୁସାରେ ମଙ୍ଗଳବାର ରେ ଜ୍ୟେଷ୍ଠ ମାସ ଆରମ୍ଭ ହେବା ଦ୍ୱାରା ଖୁବ ଶୁଭ ସମୟ ମାସ ସାରା ରହିବ l ବୈଶାଖ ମାସରେ ପିତୃ ପୁରୁଷ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଶେଷ ପୂଜାର୍ଚନା କରାଯାଇଥାଏ l ଏବଂ ପୁଣ୍ୟ ଓ ଦାନର ମଧ୍ୟ ବିଶେଷ ମହତ୍ୱ ରହିଛି l
– ଜ୍ୟେଷ୍ଠ ମାସରେ ଯଦି ତୀର୍ଥ ସ୍ଥାନ ଯାତ୍ରା କରିବାର ବିଶେଷ ମହତ୍ୱ ରହିଛି, ଜ୍ୟେଷ୍ଠ ମାସରେ ତୀର୍ଥ ସ୍ଥାନକୁ ଯାତ୍ରା କରିବା ଦ୍ୱାରା ଜୀବନ ରେ ସମ୍ପନ୍ନତା ପ୍ରାପ୍ତି ହୋଇଥାଏ , ଏବଂ ଜୀବନ ସୁଖମୟ ହୋଇଥାଏ l
– ଜ୍ୟେଷ୍ଠ ମାସର ପ୍ରଥମ ଦିନ ପ୍ରତିପଦ ଓ ମଙ୍ଗଳବାର ପଡୁଥିବା କାରଣରୁ ହନୁମାନ ଙ୍କୁ ପୂଜାବିଧି ର ବିଶେଷ ମହତ୍ୱ ରହିଛି l କୁହାଯାଏ ଯେ ଆଜିର ଦିନରେ ହନୁମାନ ଙ୍କୁ ରାଶିରେ ପ୍ରସ୍ତୁତ ଲଡୁ ଅର୍ପଣ ଅରିବା ଦ୍ୱାରା ମାସ ସାରା କୃପା ପ୍ରାପ୍ତି ହୋଇଥାଏ l
– ପୁରାଣ ର ବର୍ଣନା ଅନୁସାରେ ଯଦି ଆଜିର ଦିନରେ ଗୃହ ରେ ବ୍ରାହ୍ମଣ ମାନଙ୍କର ଭୋଜନ ବ୍ୟବସ୍ଥା କରାଯାଏ ତେବେ ସର୍ବ ରିଷ୍ଟ ଖଣ୍ଡନ ହୋଇଥାଏ ଏବଂ ଜୀବନ ସୁଖମୟ ହୋଇଥାଏ l
– ଜ୍ୟେଷ୍ଠ ମାସକୁ ଧର୍ମ ର ମାସ କୁହାଯାଏ, ଏହି ମାସରେ ଶିବ ପୂଜନ ସହିତ ଦାନ ଧର୍ମର ବିଶେଷ ମହତ୍ୱ ରହିଥିବାରୁ ନାରାୟଣ ସେବା ଏବଂ ନିରୀହ ଜୀବଜନ୍ତୁ ଙ୍କ ସେବା କରିବାର ବିଶେଷ ମହତ୍ୱ ରହିଛି l
– ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଜ୍ୟେଷ୍ଠ ମାସରେ ବୃକ୍ଷ ରୋପଣ ସହିତ ବୃକ୍ଷ କୁ ଜଳଦାନ କରିବାର ମହତ୍ୱ ରହିଛି l ଏହି ମାସରେ ବୃକ୍ଷ କୁ ଜଳଦାନ କରିବା ଦ୍ୱାରା ୭ଜନ୍ମ ର ପୁଣ୍ୟ ପ୍ରାପ୍ତି ହୋଇଥାଏ l