Odisha news

ଅସରାଏ ବର୍ଷାରେ ବୁଡିଲା ରାଜଧାନୀ

0

ଭୁବନେଶ୍ୱର, ୩୧ ଅଗଷ୍ଟ – କିଛି ଦିନର ବ୍ୟବଧାନ ପରେ ପୁଣି ଅସରାଏ ବର୍ଷାରେ ବୁଡିଛି ରାଜଧାନୀ ଭୁବନେଶ୍ୱର । ଶୁକ୍ରବାର ଅପରାହ୍ନରେ କିଛି ସମୟର ବର୍ଷା ଫଳରେ ଭୁବନେଶ୍ୱରର ରେଳଷ୍ଟେସନ, ଲକ୍ଷ୍ମୀସାଗର , ଇସ୍କନ, ନୟାପଲ୍ଲୀ , ଆଚାର୍ଯ୍ୟ ବିହାର ଆଦି ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଯାଇଥିଲା । ଏପରିକି ଜାତୀୟ ରାଜପଥ ଉପରେ ଆଣ୍ଠୁଏ ଉଚ୍ଚର ପାଣି ଲହଡି ମାରୁଥିଲା । ପୂର୍ବ ଦିନ ମାନଙ୍କରେ ମଧ୍ୟ ରାଜଧାନୀରେ ସମାନ ପରିସ୍ଥିତି ସୃଷ୍ଟି ହେବାରୁ ବିଏମସି ଓ ବିଡିଏକୁ ସମାଲୋଚିତ ହେବାକୁ ପଡିଥିଲା । ପରେ ତତ୍ପରତା ପ୍ରକାଶ କରି ବିଭିନ୍ନ ପ୍ରାକୃତିକ ନାଳର ପୁର୍ନରୁଦ୍ଧାର , କେନାଲ ଉପରେ ଗଢି ଉଠିଥିବା ଜବରଦଖଲ ଉଚ୍ଛେଦ ଏବଂ ସ୍ୱେରେଜ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବାପାଇଁ ଉଭୟ ସଂସ୍ଥା ଅଂଟା ଭିଡିଥିଲେ । ମାତ୍ର ଶୁକ୍ରବାର ସୃଷ୍ଟି ହୋଇଥିବା ପରିସ୍ଥିତି ସମସ୍ତ ଉଦ୍ୟମ ଉପରେ ପାଣି ପକାଇ ଦେଇଛି ।

Leave A Reply