Odisha news

ଅବକାରୀ ଚଢାଉ,୨୩୦ଲିଟର ଦେଶୀ ମଦ ଜବତ:୩ ଗିରଫ

0

ଚଣ୍ଡିଖୋଲ: ଯାଜପୁର ଜିଲା ଅବକାରୀ ଆରକ୍ଷୀ ଅଧିକ୍ଷକ ରଜତ ପ୍ରହରାଜଙ୍କ ନେତୃତ୍ୱରେ ଅବକାରୀ ଟିମ ବୈରୀ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ଚଢାଉ ବେଳେ କଳକଳା କେନ୍ଦୁଗାଡିଆ ଗ୍ରାମର ଗୋପାଳ କନ୍ଦୁଲେଇଙ୍କ ଠାରୁ ୨୦ଲିଟର,ଛତିଆ ପଟଣା ଗ୍ରାମର ଧନେଶ୍ୱର ସାହୁଙ୍କ ଠାରୁ ୧୦ଲିଟର ଦେଶୀ ମଦ,ଗୋପପୁର ଗ୍ରାମର ହରିଆ ଜେନାଙ୍କ ଠାରୁ ଶହେ ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ଓ ବୁଢାକେନ୍ଦୁଆ ମଙ୍ଗଳ ଗାଗରାଇଙ୍କ ଶହେ ଲିଟର ମହୁଲି ପୋଚକୁ ନଷ୍ଟ କରିଥିବା ବେଳେ ୨୫୦ଲିଟର ଦେଶୀ ମଦ ଜବତ କରିଥିଲେ ।

ବିଭାଗ ପକ୍ଷରୁ କେସ ନଂ ୬୯,୭୦,୭୧,୭୨ରେ ମକଦ୍ଦମା ରୁଜୁ କରାଯାଇ ଧନେଶ୍ୱର,ହରିଆ,ଗୋପାଳକୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ମଙ୍ଗଲ ଫେରାର ଅଛି । ଏହି ଚଢାଉରେ ଅବକାରୀ ଅଧିକ୍ଷକ ରଜତ ପ୍ରହରାଜ,ଏସଆଇ ପ୍ରଶାନ୍ତ ମହାନ୍ତି,ଏଏସଆଇ ଚକ୍ରଧର ଦାଶ,ପ୍ରଦୋଶ ପରିଡା ଓ ଶୁଭସ୍ମିତା ପ୍ରଧାନ,ଜୟପ୍ରକାଶ ବେହୁରିଆ,ବିଶ୍ୱନାଥ ଜେନା,ସଂଗ୍ରାମ କେଶରୀ କୁଅଁର ପ୍ରମୁଖ ସାମିଲଥିଲେ ।

Leave A Reply

Your email address will not be published.