କଟକ: କୋରିଆନ୍ ତାଏକୋଣ୍ଡୋ ମାଷ୍ଟର ଆସୋସିଏସନ୍ ଏବଂ ଜିଓଙ୍ଗ୍ ତାଏକୋଣ୍ଡୋ ଏକାଡେମୀ ଆନୁକୂଲ୍ୟରେ କୋଲକାତାର ଘୁଜିରାମ ଅନୁଶୀଳନ କେନ୍ଦ୍ରରେ ଅନୁଷ୍ଠିତ ତୃତୀୟ ଓପନ୍ ଅନ୍ତର୍ଜାତୀୟ ତାଏକୋଣ୍ଡୋ ପ୍ରତିଯୋଗିିତାରେ ଓଡ଼ିଶା ୧୨ଟି ପଦକ ହାସଲ କରିଛି । ତାଏକୋଣ୍ଡୋ ଟ୍ରେନିଂ ସେଣ୍ଟର ମୁଖ୍ୟ ତଥା ପ୍ରତିଷ୍ଠାତା ଅନ୍ତର୍ଜାତୀୟ ମାଷ୍ଟର ଗୋପାଳ ଚନ୍ଦ୍ର ରାୟଙ୍କ ନେତୃତ୍ୱରେ ଓଡ଼ିଶାର ୩୮ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏହି ପ୍ରତିଯୋଗିତା ଡିସେମ୍ବର ୨୯ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଓଡ଼ିଶାକୁ ୩ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ମିଳିଛି । ଅଭିଲିପସା ଦାସ, ଶୁଭାସ୍ମିତା ପଣ୍ଡା ଓ ସୌମ୍ୟ ରଞ୍ଜନ ସେଠୀ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ବିଶ୍ୱରୂପା ପାତ୍ର, ମୋନାସ୍ମିତା ସ୍ୱାଇଁ, ରତ୍ନାକର ସେଠୀ, ରଜତ କୁଅଁର, ବୁଶ୍ରା ସାଜିଦ୍ ଓ ଭାଲେଣ୍ଟିନା ଦେହୁରୀ, ରୌପ୍ୟ ପଦକ ଜିତିଛନ୍ତି । ସସ୍ମିଲ ପ୍ରଧାନ, ଶିବ ପ୍ରସାଦ ସାହୁ ଓ ଜୀବନ ଜ୍ୟୋତି ବେହେରା ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହି ପ୍ରତିଯୋଗିତାରେ ଓଡ଼ିଶା ପକ୍ଷରୁ ନିର୍ମଳ ଚନ୍ଦ୍ର ନାୟକ, ପ୍ରଫୁଲ୍ଲ ମାସନ୍ତ, ପ୍ରବୀଣ କୁମାର ଷେ„ ଓ ସୌମ୍ୟ ରଞ୍ଜନ ପ୍ରଧାନ କୋଚ୍ ଭାବେ କାର୍ଯ୍ୟ କରିଛନ୍ତି ।