ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପଦ୍ମପୁର ଗାଁରେ ଜଣେ ମହିଳାଙ୍କୁ ଅଧିକ ଯୌତୁକ ଲାଗି ଶ୍ୱଶୁରଘର ଲୋକେ କିରୋସିନ ଢାଳି ନିଆଁରେ ପୋଡି ଅତି ବୀଭସିଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଥିନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ମୃତାଙ୍କ ଭାଇ ଭଦ୍ରକ ଜିଲ୍ଲା ତିହିଡି ଥାନା ଗୋବିନ୍ଦପୁର ତିଆଡିସାହି ନିବାସୀ ସ୍ୱର୍ଗତଃ ଭଗବାନ ମହାରଣାଙ୍କ ପୁଅ ପ୍ରକାଶ କରିଥିବା ଲିଖିତ ଅଭିଯୋଗ ଅନୁଯାୟୀ: ଗତ ୯.୨.୧୪ ତାରିଖରେ ତାଙ୍କ ବଡ ଭଉଣୀ ଅଳକା(୩୧)ର ବିବାହ ଭଦ୍ରକ ଜଗନ୍ନାଥ ମନ୍ଦିରରେ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପଦ୍ମପୁର ଗାଁର ସ୍ୱର୍ଗତଃ ଅରୂପ ଓଝାଙ୍କ ପୁଅ ଅଜିତ୍‌ ସହ ବୈଦୀକମତେ ବିବାହ ହୋଇଥିଲା । ବିବାହ ବେଳେ ବରପକ୍ଷଙ୍କ ଦାବି ମୁତାବକ ନଗଦ ୬୦ହଜାର ଟଙ୍କା, ସୁନାଗହଣା, ଆସବାବପତ୍ର ଆଦି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଦିଆଯାଇଥିଲା । ତେବେ ବିବାହର ୨ମାସ ପରେ ସ୍ୱାମୀ ଅଜିତ୍‌, ଶାଶୂ କମଳିନୀ ଓ ବିବାହିତା ନଣନ୍ଦ ଅନିତା(ଯିଏକ ପଦ୍ମପୁର ପ୍ରାଇମେରୀ ସ୍କୁଲ ଶିକ୍ଷୟିତ୍ର)ଅଧିକ ଯୌତୁକ ଦାବି କରି କନ୍ୟାପକ୍ଷଙ୍କ ଉପରେ ଚାପ ପକାଇବା ସହ ଅଳକାଙ୍କୁ ଉଭୟ ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ଏକଥା ଅଳକା ବାପଘରକୁ ଆସିବା ବେଳେ କହୁଥିଲା । ତେବେ ବାପଘର ଲୋକଙ୍କ ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନଥିବାରୁ ବରପକ୍ଷଙ୍କୁ ଅଧିକ ଯୌତୁକ ଟଙ୍କା ଦେଇ ପାରୁନଥିଲେ । ଏହି କାରଣରୁ ଅଳକାକୁ ଶ୍ୱଶୂର ଘର ଲୋକେ ଅଧିକାଂଶ ସମୟରେ ମାଡ ଗାଳି ଦେଉଥିଲେ । ତେବେ ଗତ ୧୫ତାରିଖ ବିଳମ୍ବିତ ରାତିରେ ଶ୍ୱଶୁର ଘର ଲୋକେ ଅଳକା ଉପରେ କିରୋସିନି ଢାଳି ତାକୁ ନିଆଁରେ ପୋଡି ହତ୍ୟା କରିଛନ୍ତି । ହତ୍ୟା ପରେ ଦU ଶରୀରକୁ ପାଇଖାନା ପାଖରେ ପକାଇଥିବା ଅଭିଯୋଗ ହୋଇଛି । ମୃତା ଅଳକାଙ୍କ ପଡୋଶୀଘର ଲୋକେ ଫୋନ୍‌ କରିବା ପରେ ଆଜି ସକାଳେ ପ୍ରକାଶ ଓ ତାଙ୍କ ପରିବାର ବର୍ଗ ଆସି ଏହି ବୀଭସିକାଣ୍ଡ ଜାଣିବାକୁ ପାଇଥିଲେ । ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣାରେ ଏକ ଯୌତୁକଜନିତ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସ୍ୱାମୀ ଅଜିତ, ଶାଶୂ କମଳିନୀ ଓ ନଣନ୍ଦ ଅନିତାକୁ ଗିରଫ୍‌ କରିଛି । ତେବେ ନଣନ୍ଦେଇ ସଂଜୟ ସୂତାର ଫେରାର୍‌ ଥିବା ଜଣାଯାଇଛି ।

Loading...

LEAVE A REPLY

Please enter your comment!
Please enter your name here