ଛତ୍ରପୁର,୧୮/୫ : କରୋନା ଯୋଗୁଁ ଚାରିଆଡେ ଲକ ଡାଉନ ଏନେଇ ସମସ୍ତ ବର୍ଗ ର ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଗତି କରୁଛନ୍ତି । ସେଥିରୁ ବାଦ ପଡି ନାହାନ୍ତି ଚାଷି ମାନେ । ଚାଷି ମୁଣ୍ଡର ଝାଳ ତୁଣ୍ଡରେ ମାରି ବର୍ଷଯାକ ବିଲରେ କଷ୍ଟ ପଡି ଅନାଇ ବସିଥାନ୍ତ ତାର ଅମଳ ଧାନ ପାଇଁ । ଅମଳ ଧାନ କୁ ବିକ୍ରି କରି ସେ ତାର ପରିବାର ପତି ପୋଷଣ କରିବା ସହ ପିଲା ମାନଙ୍କ ପାଠ ପଢା ଠାରୁ ଆରମ୍ଭ କରି ବିଭିନ୍ନ ଆତ୍ୟାବଶ୍ୟକ ସାମଗ୍ରୀ କିଣିବା ନିମନ୍ତେ ।

ଏହାସହିତ ସାଉକାରଙ୍କ ଋଣ ସହ ସରକାରୀ ଋଣ ସୁଜିବାକୁ । ମାତ୍ର ଏଥିରେ ଦାଉ ସାଜିଥାନ୍ତି ପ୍ରାକୃତିକ ବିପର୍ଯ୍ୟୟ କେତେବେଳେ ବାତ୍ୟା, ଆଉକେତେବେଳେ ବନ୍ୟା ଏବଂ ଅଦିନିଆ ବର୍ଷା, ରୋଗ ପୋକ । କଥାରେ ଅଛି ଚାଷି ହସିଲେ ଦେଶ ହସିବ । ବର୍ତ୍ତମାନରେ ଚାଷି ଦୁଃଖରେ ରହିଥିବାର ଦେଖିବାକୁ ମିଳିଛି ।

ଗଂଜାମ ଜିଲ୍ଲା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଏହି ଜିଲ୍ଲାରେ ଯେ କୈାଣସି ଯୋଜନା ଆରମ୍ଭ ହୁଏ ସବୁ ଅନ୍ୟ ଜିଲ୍ଲାରେ ତାହା କାର୍ଯ୍ୟ କାରୀ କରାଯାଏ । ମାତ୍ର ଏ ଜିଲ୍ଲାର ଚାଷି ମାନେ ଦୁଃଖ ଦୁର୍ଦ୍ଦଶାରେ ଗତି କରୁଥିବା ଦେଖିବାକୁ ମିଳିଛି । ଜିଲ୍ଲାର ଚାଷୀ ମାନେ ସେମାନଙ୍କ ଅମଳ ଧାନ ସରକାରଙ୍କୁ ବିକ୍ରିବା ପାଇଁ ଅନେଇ ବସିଥିବା ବେଳେ ସରକାରୀ ନୀୟମ ତାଙ୍କୁ ବାଧକ ସାଜିଥାଏ । ଟାରଗେଟ ଓ ଟୋକେନ ନୀୟମ କହି ସରକାରୀ ବାବୁ ମାନେ ଚାଷିଙ୍କୁ ଭଣ୍ଡେଇ ଭଣ୍ଡେଇ ଆସୁଥିବା ବେଳେ ଏବୁ ଦାଉ ସାଜିଲା କରୋନା ଭୂତାଣୁ । କରୋନା ଭୂତାଣୁ ଆଳରେ ସରକାରୀ ବାବୁ ମାନେ ଜିଲ୍ଲାରେ ଚାଷି ମାନଙ୍କ ବଳକା ଧାନ ନ କିଣି ଟାରଗେଟ ବା ତାରିଖ ଧାର୍ଯ୍ୟ ଶେଷ ହୋଇଥିବା କହି ନିରୀହ ଚାଷିଙ୍କ ଅମଳ ଧାନକୁ ଆଉ କିଣିଲେ ନାହିଁ ।

ଗଂଜାମ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ କରୋନା ମୁକାବିଲାରେ ଲାଗି ପଡିଛନ୍ତି । ଚାଷିଙ୍କ କଥା ବୁଝିବ କିଏ । ଜିଲ୍ଲାର ବଳକାଚାଷିଙ୍କ ଧାନ କିଣିବା ଦାବୀ ନେଇ ଅଗ୍ରଣୀ ଚାଷି ସଂଗଠନ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ମନ୍ତ୍ରୀ, ସଚିବ, ଫାଇପ-ଟି ସଚିବ ଏବଂ ଗଂଜାମ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରିଙ୍କୁ ମଧ୍ୟ ଦାବି ପତ୍ର ପ୍ରଦାନ କରାଯାଇଥିଲେ ସୁଦ୍ଧା ଖାଲି ପ୍ରତିଶ୍ରୃତି ମିଳୁଛି । ସେହିପରି ଜିଲ୍ଲାର କେତକ ଅଂଚଳରେ ଚାଷି ମାନେ ରାଜରାସ୍ତାକୁ ମଧ୍ୟ ଓହ୍ଲାଇ ଥିଲେ । ଏନେଇ ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟ୍ଟଲାମପୁର ଗ୍ରାମ ପଞ୍ଚାୟତର ୨୫ଜଣ ଚାଷିଙ୍କ ଧାନ କରୋନା ଲାଗି କିଣା ଯାଇନାହିଁ । ତେଣୁ ସେମାନଙ୍କ ଧାନ ତୁରନ୍ତ କିଣିବା ଦାବି ନେଇ ସୋମବାର ସମିତି ସଭ୍ୟା ବନ୍ଦନା କୁମାରୀ ନାହାକ, ସୁକାନ୍ତ ନାହାକ, ଚାଷି ନେତା ସିମାଞ୍ଚଳ ନାହାକ, ଅର୍ଜୁନ ସାମଲ ଓ ଭାଷ୍କର ସ୍ୱାଇଁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here