ଛତ୍ରପୁର,୧୮/୫ : ବାତ୍ୟା କହିଲେ ଚର୍ଚ୍ଚାକୁ ଆସିଥାଏ ଗଂଜାମ ଜିଲ୍ଲା । ଆଉ ଫୋକସ୍ ରେ ରହିଥାଏ ଗୋପାଳପୁର ବେଳାଭୂମି । ୨୦୧୩ ମସିହା ରେ ଫାଇଲିନ୍ ବାତ୍ୟା ଗୋପାଳପୁରରେ ଲ୍ୟାଣ୍ଡଫଲ କରିଥିଲାା ଏଣୁ ଯେବେ ଠାରୁ ବାତ୍ୟା ଆସିଲେ ପୁରା ସଜାଗ ହୋଇ ଉଠନ୍ତି ଜିଲ୍ଲା ପ୍ରଶାସନ ।

ଏମିତି ତ ୧୯୯୯ ମସିହାର ମହାବାତ୍ୟା ଠାରୁ ଆରମ୍ଭ କରି ଫୋନି ପର୍ଯ୍ୟନ୍ତ ଅନେକ ବାତ୍ୟାକୁ ସାମନା କରିଛନ୍ତି ଗଂଜାମ ବାସିନ୍ଦା । ଆଉ ଏବେ ଚର୍ଚ୍ଚାରେ ବାତ୍ୟା ଅମ୍ପାନ । ବିଗତ ତିନିଦିନ ହେଲା ଗୋପାଳପୁର ସମେତ ଜିଲ୍ଲାର ମତ୍ସ୍ୟଜିବୀ ମାନେ ସମୁଦ୍ର ଭିତରକୁ ମାଛ ମାରିବାକୁ ଯାଇ ନାହାନ୍ତି । ସେପଟେ ସମୁଦ୍ର ନିକଟକୁ ଯିବା ପାଇଁ ବାରଣ କରାଯାଉଛି ପର୍ଯ୍ୟଟ୍ଟକ ମାନଙ୍କୁ ।

ଗୋପାଳପୁର ଠାରେ ଥିବା ଡପଲାର ପାଣିପାଗ ରାଡର କେନ୍ଦ୍ରର କତ୍ତୃପକ୍ଷଙ୍କ ସୂଚନା ପ୍ରକାରେ ବାତ୍ୟା ଅମ୍ପାନ ଭୟଙ୍କର ରୂପରେ ମାଡି ଆସୁଛି । ତାର ପ୍ରଭାବରେ ଆଜି ରାତି ଠାରୁ ଗଂଜାମ ଜିଲ୍ଲାରେ ବର୍ଷାସହ ପବନ ବୋହିବାର ସମ୍ଭାବନା ରହିଛି । ଗଂଜାମ ଜିଲ୍ଲା ସମେତ ୧୨ଟି ଜିଲ୍ଲାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କ କରି ଦିଆଯାଇଛି ।

ଏଥିପାଇଁ ଶନିବାର ଦିନ ଠାରୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପୃଥକ୍ ପୃଥକ ବୈଠକ କରି ଭିଡିଓ କନଫେରନ୍ସି ମାଧ୍ୟମରେ ପ୍ରଶାସନ ଅଧିକାରୀ ଓ ବିଡିଓ , ତହସିଲଦାର ମାନଙ୍କ ସହ ଆଲୋଚନା କରୁଛନ୍ତି । ଉପକଳୂଳବର୍ତ୍ତି ଅଂଚଳ ରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଜିଲ୍ଲାରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଏହାସହ ସେସବୁ ଅଂଚଳରେ ଥିବା ସଂଗରୋଧ କେନ୍ଦ୍ର ଉପରେ ମଧ୍ୟ ନଜର ରଖାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଓଡ୍ରାଫ ଟିମ୍ ସହ ସମସ୍ତ ଉଦ୍ଧାରକାରୀ ଦଳକୁ ଏଥି ପାଇଁ ସଜାଗ ରଖାଯାଇଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here