ତ୍ୱଚା ପାଇଁ ଭିଟାମିନ୍‌-ଇ’ର ବ୍ୟବହାର ଜରୁରୀ । ଏହାକୁ ତ୍ୱଚାରେ ଲଗାଇବା ଦ୍ୱାରା ସ୍କିନ୍‌ ସମ୍ବନ୍ଧୀୟ ସମସ୍ୟା ଦୂର ହେବା ସହ ତ୍ୱଚା ଗ୍ଲୋ କରିଥାଏ । ଅନେକ କସମେଟିକ୍‌ ପ୍ରଡକw ରହିଛି ଯେଉଁଥିରେ ଭିଟାମିନ୍‌ ଇ ମହଜୁଦ ଥାଏ । ଇଣ୍ଡିଆନ୍‌ ଡର୍ମଟୋଲ୍‌ ଅନ୍‌ଲାଇନ୍‌ ଜର୍ନଲରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଭିଟାମିନ୍‌ ଇ ଏକ ଆଣ୍ଟିଅକ୍ସିଡାଣ୍ଟ ଓ ତ୍ୱଚା ବିଜ୍ଞାନରେ ୫୦ରୁ ଅଧିକ ବର୍ଷ ହେବ ଉପଯୋଗ ହେଉଛି । ଏହା ଫ୍ରି-ରାଡିକାଲ୍‌ ଭାବେ କାମ କରି ତ୍ୱଚାକୁ ସୋଲାର ରାଡିଏଶନ୍‌ ଭଳି ହାନିକାରକ ପ୍ରଭାବରୁ ରକ୍ଷା କରିଥାଏ । ଭିଟାମିନ୍‌ ଇ’ରେ ଆଣ୍ଟିଟୁ୍ୟମୋରଜେନିକ୍‌ ଓ ଫୋଟୋ ପ୍ରୋଟେକଫିଭ୍‌ ଗୁଣ ରହିଥାଏ । କୁଞ୍ଚିତ ତ୍ୱଚା- ଭିଟାମିନ୍‌ ଇ ତ୍ୱଚାକୁ ସ୍ୱାଭାବିକ ଭାବେ ବୟସ ଓ ସୂର୍ଯ୍ୟକିରଣରୁ ରକ୍ଷା କରେ । ବୟସ ବଢ଼ିବାର ଲକ୍ଷଣ କମ୍‌ କରିବାରେ ସାହାଯ୍ୟ କରେ ଓ ତ୍ୱଚାକୁ ପୁନର୍ଜୀବିତ କରିଥାଏ ।

LEAVE A REPLY

Please enter your comment!
Please enter your name here