ଭୁବନେଶ୍ୱର,୧୧ ଜାନୁଆରୀ – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଶୁକ୍ରବାର ଦିନ ୫ଟି ଜିଲ୍ଲାର ୭ଟି ବ୍ଲକ୍ ଅନ୍ତର୍ଗତ ୧୦୬ଟି ପଂଚାୟତ ପାଇଁ ୨୪.୨୫ କୋଟି ଟଙ୍କାରେ ୮୭୭ଟି ପ୍ରକଳ୍ପ ମଂଜୁର କରିଛନ୍ତି ।
ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ୍ ର ୨୨ଟି ପଂଚାୟତ ପାଇଁ ୫.୫ କୋଟି ଟଙ୍କାରେ ୧୦୭ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଂଜୁରୀ ଦେଇଥିବା ବେଳେ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ର ୮ଟି ପଂଚାୟତ ପାଇଁ ୨ କୋଟି ଟଙ୍କାରେ ୧୧୬ଟି ପ୍ରକଳ୍ପ , ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକ୍ ର ୧୩ଟି ପଂଚାୟତ ପାଇଁ ୧.୭୦ କୋଟି ଟଙ୍କାରେ ୮୪ଟି ପ୍ରକଳ୍ପ ଓ ବଲାଙ୍ଗୀର ସଦର ବ୍ଲକ୍ ର ୨୫ଟି ପଂଚାୟତ ପାଇଁ ୬.୩୦ କୋଟି ଟଙ୍କାରେ ୨୪୭ଟି ପ୍ରକଳ୍ପ , ଝାରସୁଗୁଡା ଜିଲ୍ଲା କିରିମିରା ବ୍ଲକ୍ ର ୮ଟି ପଂଚାୟତ ପାଇଁ ୨ କୋଟି ଟଙ୍କାରେ ୪୭ଟି ପ୍ରକଳ୍ପ , ମୟୁରଭଂଜ ଜିଲ୍ଲାମୋରଡା ବ୍ଲକ୍ ର ୨୦ ଟି ପଂଚାୟତ ପାଇଁ ୪.୮୦କୋଟି ଟଙ୍କାରେ ୨୨୯ଟି ପ୍ରକଳ୍ପ ଏବଂ ବାରିପଦା ବ୍ଲକ୍ ର ୧୦ଟି ପଂଚାୟତ ପାଇଁ ୨.୭୫ କୋଟି ଟଙ୍କାରେ ୪୭ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଂଜୁରୀ ଦେଇଛନ୍ତି ।
ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଆଜି ସୁଦ୍ଧା ମୁଖ୍ୟମନ୍ତ୍ରୀ ୨୮୫ଟି ବ୍ଲକ୍ ର ୬୨୧୧ଟି ଗ୍ରାମପଂଚାୟତ ସହିତ ଆଲୋଚନା ମାଧ୍ୟମରେ ୧୪୨୨.୮୭ କୋଟି ଟଙ୍କାରେ ୫୭,୧୦୭ଟି ପ୍ରକଳ୍ପ ମଂଜୁର କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ , ସାଂସଦ , ବିଧାୟକ , ଉନ୍ନୟନ କମିଶନର , ପଂଚାୟତରାଜ ବିଭାଗର ପ୍ରମୁଖ ସଚିବ , ଶକ୍ତି ବିଭାଗ ସଚିବ , ଜିଲ୍ଲାପାଳ ଏବଂ ପଂଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here