ଗୋପତା-୨୨.୧୦. ସୁପ୍ରୀମ କୋର୍ଟଙ୍କ ନିଦେ୍ର୍ଦଶକୁ ବେଖାତିର କରି ପିପିଲି-କୋଣାର୍କ ରାସ୍ତାର ଗୋପ ରେଞ୍ଜ ଅଧିନରେ ଦୀର୍ଘଦିନ ହେବ ଖେଲାର ଓ ହରିପୁର ଠାରେ ଚୋରା କରତ କଳ ଚାଲୁଥିବା ବେଳେ ମଙ୍ଗଳବାର ଦିନ ଭୂବନେଶ୍ୱର ଭିଜିଲାନ୍ସ ବିଭାଗ ଓ ପୁରୀ ଡିଏଫଓଙ୍କ ନିଦେ୍ର୍ଦଶ କ୍ରମେ ଦୁଇଟିଯାକ କରତକଳ ଉପରେ ଚଢାଉ କରାଯାଇଛି । ଗୋପ ରେଞ୍ଜର ଏହି କରତକଳ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଚୁପ ରହୁଥିବାରୁ ଭୂବନେଶ୍ୱରରଏକ ସ୍ୱତନ୍ତ୍ର ଭୀଜିଲାନ୍ସ ବିଭାଗ ଏହିକରତକଳ ଉପରେ ଚଢାଉ କରି ପ୍ରାୟ ୩୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ଯନ୍ତ୍ରାସଂ ଓ କାଠ ଜବତକରିବା ସହ ଏକ ବୋଲେରୋ ଗାଡି ନଂ ଓଆର ୦୨ ବିଏସ ୪୦୨୮ ଜବତ କରିବା ସହ ୪ଟି ମକୋଦମା ରୁଜ କରିଛି । ହରିପୁରଠାରେଥିବା ଚୋରା କରତକଳ ଟିକୁ ଶାସକ ଦଳର ସମର୍ଥୀତ ସରପଞ୍ଚ ଭାଷ୍କର ସାହୁ ଦୀର୍ଘ ବର୍ଷ ହେଲା ଚଲାଉଥିବାବେଳେ ଖେଲାର ଠାରେ ରାମଚନ୍ଦ୍ର ସ୍ୱାଇଁ ଦୀର୍ଘଦୀନ ହେବ ଚୋରା କରତକଳ ବେଧଡକ ଭାବେ ଚଲାଉଥିଲେ । ଏହି ଚୋରା କରତକଳ ଦୁଇଟିରେ ବହୁ ଦାମୀ କାଠ ଚିରାଯାଇ ଚୋରାରେ ଟି୍ରିପ ଟ୍ରିପ ପଟା ଭୂବନେଶ୍ୱର , କଟକ ଆଦି ବିଭିନ୍ନ ରାଜ୍ୟ ଭିତର ଓ ବାହାର ସହରକୁ ଚାଲାଣ କରାଯାଉଥିବା ବେଳେ ଜଙ୍ଗଲବିଭାଗ କାହିଁକି ନିରବ ଦ୍ରଷ୍ଟା ସାଜିଥିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟିକରିଛି । ଏହି କରତ କଳର ମାଲିକ ମାନେ ଚୋରା କାଠ ମାଫୀଆଙ୍କୁ ଧରି ଅନେକ ଗ୍ରାମ୍ୟ ଜଙ୍ଗଲକୁ ଲୁଟ କରି ଲକ୍ଷ ଲକ୍ଷ ଟଙ୍କାରକାଠ ଏହି କରତ କଳରେ ଚିରି ମାଲାମାଲ ସାଜିଛନ୍ତି । ପୁରୀ ଜିଲ୍ଲା ବନ୍ୟ ସଂରକ୍ଷଣ ଅଧିକାରୀଙ୍କ ଅଧିନରେଗୋପ-ଚାରିଛକ ରାସ୍ତାର ତମ୍ପାଳ ଏବଂ ପୋଦନା ଠାରେ ୨ଟି ଚୋରା କରତକଳ ରାତିଦିନ ଚାଲିଥିବା ବେଳେ ନିମାପଡା-କାକଟପୁର ରାସ୍ତାର ତୁଳସୀପୁର ,ଆମ୍ପର ଏପରିକି ରାଜ୍ୟ ରାଜପଥ କଡରେ ମାଳ ମାଳ କରତ କଳ ଚାଲୁଥିବା ବେଳେ ପୁରୀ ଜିଲ୍ଲା ବନ ସଂରକ୍ଷକ ଅଧିକାରୀ ଗୋପ-ଅସ୍ତରଙ୍ଗ ରେଞ୍ଜ ଅଧିନରେ କୌଣସି କରତକଳ ଚାଲୁନାହିଁ ବୋଲି ମିଥ୍ୟା ତଥ୍ୟ ଦେବା ପଛରେ ରହସ୍ୟ କଣ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

LEAVE A REPLY

Please enter your comment!
Please enter your name here