ଭୁବନେଶ୍ୱର: ଡିଜିଏମଏସ୍-ଭୁବନେଶ୍ୱର ଅଂଚଳ ଅଧିନରେ ୧୯ ନଭେମ୍ବର ୨୦୧୮ରୁ ୨୬ ନଭେମ୍ବରରେ ୨୦୧୮ ପର୍ଯ୍ୟନ୍ତ ଆୟୋଜନ କରାଯାଇଥିବା ଓଡ଼ିଶା ମେଟାଲିଫେରସ୍ ଖଣି ସୁରକ୍ଷା ସପ୍ତାହ ପାଳନରେ ଉକ୍ରଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ର ବାପ୍ଲିମାଳି ବକ୍ସାଇଟ୍ ଖଣି ଅଂଶଗ୍ରହଣ କରିଛି ।
ଶ୍ରୀଯୁକ୍ତ ସୁବ୍ରୋବାଗ୍ଚି-ନିର୍ଦେଶ, ଖଣି ସୁରକ୍ଷା ଓ ଶ୍ରୀଯୁକ୍ତ ନଗେନ୍ଦ୍ର ଶ୍ରୀରାମ-ଉପ ଖଣି ନିର୍ଦେଶକ-ସୁରକ୍ଷାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଖଣି ସୁରକ୍ଷା ସପ୍ତାହ ପାଳନରେ ଭୁବନେଶ୍ୱର ଅଂଚଳର ୩୦ରୁ ଅଧିକ ବିଭିନ୍ନ ଖଣି ଭାଗ ନେଇଥିଲେ । ପ୍ରତିବର୍ଷ ଶେଷରେ ବାର୍ଷିକ କଣି ସପ୍ତାହ ପାଳନ କରିବା ଓ ଖଣି ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ଅଂଚଳର ଡିଜିଏମ୍ଏସ୍ ପକ୍ଷରୁ ଗଠନ କରାଯାଇଥିବା ଓଡ଼ିଶା ମେଟାଲିଫେରସ୍ ଖଣି ସୁରକ୍ଷା ସପ୍ତାହ ପାଳନ କମିଟି (ଓଏମ୍ଏମ୍ଏସ୍ଡବ୍ଲ୍ୟୁସିସି)ର ଏହି ସବୁ ଖଣି ହେଉଛନ୍ତି ଏକ ଅଂଶ । ଏହି ସପ୍ତାହ ପାଳନରେ ଖଣି ସଦସ୍ୟମାନେ ପ୍ରତ୍ୟକ୍ଷ ଭାବେ ଓ ବଡ଼ ଧରଣରେ ସଂପୃକ୍ତ ରହିଥିଲେ । ଖଣିର ସବୁ ପ୍ରକାର ସୁରକ୍ଷା ମାନକୁ ପ୍ରତିଟି ଖଣିରେ ଅନୁଧ୍ୟାନ କରିବା ପାଇଁ ଡିଜିଏମ୍ଏସ୍ଙ୍କ ଦ୍ୱାରା ନିରୀକ୍ଷଣ ଟିମ୍ ଗଠନ କରାଯାଇଛି ।
୨୪ ନଭେମ୍ବର ୨୦୧୮ରେ ଶ୍ରୀଯୁକ୍ତ ବିଆରକେ ପାଢ଼ୀ, ଭିପି, ଖଣିଙ୍କ ସଭାପତିତ୍ୱରେ ଉକ୍ରଳ ଆଲୁମିନାର ନୂଆପଡ଼ା ଟାଉନ୍ସିପ୍ରେ “ଖଣି ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ-୨୦୧୮’ ଆୟୋଜନ କରାଯାଇଥିଲା ଓ ସେ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଶ୍ରୀଯୁକ୍ତ ଏନ୍ ନାଗେଶ, ୟୁନିଟ୍ ମୁଖ୍ୟ ଓ ସଭାପତି, ଉକ୍ରଳ ଆଲୁମିନା ଏହି ଅବସରରେ କହିଛନ୍ତି ଯେ, “ହିଣ୍ଡାଲ୍କୋରେ ଆମେ ଉଚ୍ଚ ସୁରକ୍ଷା ମାନକ ବଜାୟ ରଖିଛୁ ଓ ଶୂନ ଆଘାତ ହେଉଛି ଆମର ମନ୍ତ୍ର, ଉକ୍ରଳରେ ଆମେ ତାହାକୁ ପୂର୍ଣ୍ଣ ମାତ୍ରାରେ ପାଳନ କରୁଛୁ ଓ ହିଣ୍ଡାଲ୍କୋରେ ଏହାକୁ ବଜାୟ ରଖିଥିବାରୁ ଟିମ୍ ଖଣିକୁ ଧନ୍ୟବାଦ ଦେଉଛି । ଉଚ୍ଚ ମାନର ସୁରକ୍ଷା ବଜାୟ ରଖିଥିବାରୁ ଡିଜିଏମଏସ୍ର ପ୍ରତିନିଧି ଇମ୍ଫାର ଶ୍ରୀଯୁକ୍ତ କମଳ ଲୋଚନ ମିଶ୍ର, ଶ୍ରୀଯୁକ୍ତ ଅଭୟ କୁମାର ବିଶ୍ୱାଳ, ବାଲେଶ୍ୱର ଆଲଏଜ୍ ଓ ଶ୍ରୀଯୁକ୍ତ ଦୂର୍ଯ୍ୟେଧନ ରାଉତ, ବିସି ମହାନ୍ତି ଖଣି ମଧ୍ୟ ଉକ୍ରଳ ଖଣିକୁ ପ୍ର୍ରଶଂସା କରିଛନ୍ତି । ଏହି ଅବସରରେ କଂଟ୍ରୋଲର ଅଫ୍ ଏକ୍ସପ୍ଲୋସିଭ୍, ଭୁବନେଶ୍ୱର ଡକ୍ଟର ରୁଆବ୍ ଅଲ୍ଲି , ବିଡିଓ କାଶିପୁର ଶ୍ରୀଯୁକ୍ତ ବେଡ଼ବାର ପ୍ରଧାନ ମଧ୍ୟ ଏହି ଅବସରରେ ଉଦ୍ବୋଧନ ଦେଇଥିଲେ ଓ ଉଚ୍ଚ ସୁରକ୍ଷା ମାନକ ବଜାୟ ରଖିଥିବାରୁ ଉକ୍ରଳ ଆଲୁମିନାକୁ ପ୍ରଶଂସା କରିଥିଲେ ।
ବାପହିଲମାଲି ଖଣିର ସୁରକ୍ଷା ବାର୍ଷିକ ରିପୋର୍ଟକୁ ଶ୍ରୀଯୁକ୍ତ ସଂଜୟ ପାର୍ହି, ପ୍ରବନ୍ଧକ-ଖଣି ଓ ସୁରକ୍ଷା ଉପସ୍ଥାପନ କରିଥିଲେ । ଖଣିର ମହାପ୍ରବନ୍ଧକ ଶ୍ରୀଯୁକ୍ତ ମୁକେଶ ଝା ଧନ୍ୟବାଦ ଅର୍ପଣ କରିଥିଲେ । ଏବିପିଏସ୍ର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଏହି ଅବସରରେ ୟୁନିଟ୍ ମୁଖ୍ୟ ଓ ସଭାପତି କାଶିପୁର ବ୍ଲକର ବରିଷ୍ଠ ନାଗରିକ ଶ୍ରୀଯୁକ୍ତ ଗୁଣନିଧି ପୂଜାରି, ଶ୍ରୀଯୁକ୍ତ ଅଭିରାମ ଜୈଦ ଓ ଶ୍ରୀଯୁକ୍ତ ଶଙ୍କର ନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
କର୍ମଚାରୀ, ପରିବାର ଓ ପିଲାମାନଙ୍କୁ ସୁରକ୍ଷା ପ୍ରତି ପ୍ରୋତ୍ସାହିତ କରିବା ପାଇଁ ଏହି ଅବସରରେ ଖଣି ଷ୍ଟାଫ୍ଙ୍କୁ ନେଇ ଗଠିତ ସାଂସ୍କୃତିକ ଦଳ ସୁରକ୍ଷା ଡ୍ରାମା ଓ ସୁରକ୍ଷା ନାଟକ ପରିବେଷଣ କରିିଥିଲେ । ଖଣି ସପ୍ତାହ ପାଳନ ଅବସରରେ ଶ୍ରମିକଙ୍କ ପାଇଁ ଟ୍ରେଡ୍ ଫେଷ୍ଟ୍, ଫାଷ୍ଟ୍ ଏଡ୍ ପ୍ରତିଯୋଗିତା, କୁଇଜ୍ ପ୍ରତିଯୋଗିତା, ସ୍ଲୋଗାନ୍, ପୋଷ୍ଟର୍, ରଚନା, ଚିତ୍ରାଙ୍କନ, ସୁରକ୍ଷା ଗୀତ, ସୁରକ୍ଷା ନାଟକ/ସୁରକ୍ଷା ଡ୍ରାମା ଭଳି ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଓ ଏହାର ବିଜେତାମାନଙ୍କୁ ଉକ୍ରଳ ଆଲୁମିନାର ବରିଷ୍ଠ କାର୍ଯ୍ୟନିର୍ବାହୀ ଶ୍ରୀଯୁକ୍ତ ରାକେଶ ମିଶ୍ର, ଏଭିପି ଆଡମିନି, ଉକ୍ରଳ ଆଲୁମିନା ଓ ଶ୍ରୀମତୀ ଏନ ଲକ୍ଷ୍ମୀ, ସଭାପତି, ଉକ୍ରଳିନା କ୍ଳବ୍ ପୁରସ୍କାର ବଂଟନ କରିଥିଲେ । ଖଣି ଅଂଚଳର ଗ୍ରାମବାସୀ ଓ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।
ସୁରକ୍ଷା ଉପରେ ଖଣି ସଂସ୍ଥାଗୁଡ଼ିକୁ ତାଲିମ ପ୍ରଦାନ କରିବା ପାଇଁ ଅନେକ ଷ୍ଟଲ୍ ଖୋଲାଯାଇଥିଲା ଯାହାକୁ ଡିଜିଏମ୍ଏସ୍ ଟିମ୍ ଓ ଅତିଥିମାନେ ନିରୀକ୍ଷଣ କରିଥିଲେ । ଖଣି ମୁଖ୍ୟ ଶ୍ରୀଯୁକ୍ତ ବି ଆର୍ କେ ପାଢ଼ୀଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମର ସୂଚାରୁ ରୂପେ ସମ୍ପାଦନା କରିଥିଲେ ବିନୋଦ ପୁଜାରୀ, ପି ସି ପାତ୍ର, କେ ସି ଜ୍ୟୋତିଷି, ପ୍ରଦ୍ୟୁମ୍ନ ଦାସ, ପୂର୍ଣ୍ଣ ସାହୁ, ପୁରୁଷୋତମ ଦାଣ୍ଡିଆ, ସିଏଚ୍ ଶିବରାମ, ତାରିଣୀ ସାହୁ, ଜିଭିଜି ଭଗବାନ, ଶୁଭ୍ରାଂଶୁ ସାହୁ, ବିକାଶ ପଣ୍ଡା, ସୁଶାନ୍ତ ଧଳ, ନିରୂପମା ବାରିକ, ସୁଧୀର ନାୟକ ।

ବାପ୍ଲିମାଳି

Loading...

LEAVE A REPLY

Please enter your comment!
Please enter your name here