ରାୟଗଡା:  ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ (ୟୁଏଆଇଏଲ୍) ବିକାଶମୂଳକ ଅଭିଯାନ ଜରିଆରେଏହି ଅଂଚଳର ଲୋକମାନଙ୍କ ସାମାଜିକ-ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବାରେ ସହଭାଗିତା ହୋଇ ଚାଲୁଛି ।

ୟୁଏଆଇଏଲ୍  ବିକାଶମୂଳକ ଅଭିଯାନଗୁଡ଼ିକରେ ଗ୍ରାମବାସୀଙ୍କ ବିକାଶ ଯାହା ସ୍ୱାସ୍ଥ୍ୟ, ଶିକ୍ଷା, ଜୀବନଜୀବିକା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରାଯାଉଛି ।

ୟୁଏଆଇଏଲ୍ର ପ୍ରୋଜେକ୍ଟ ସମ୍ଭବ ଯାହା ୨୦୧୯ ସେପ୍ଟ୍ମେ୍ବରରେ ଆରମ୍ଭ କରାଯାଇଥିଲା ସେଥିରେ ତୋଟା ବିକଶିତ କରି ଜୀବନଜୀବିକାର ବିକଳ୍ପ ଉତ୍ସ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ରତଛୁଆଁ, ହାତିଖମଣ, ଯୋଗୀପରିତୁଣ୍ଡ ଓ ନାରିଙ୍ଗଯୋଡ଼ୀ ଗ୍ରାମର ମୋଟ ୧୯ ଚାଷୀ କଳଦୀ, ପିଜୁଳି, ଅମୃତଭଣ୍ଡା, ଓ ଛୁଇଁ ବୃକ୍ଷରୋପଣ ସହିତ ସାର ଓ କୀଟନାଶକ ସହାୟତା ହାସଲ କରିଛନ୍ତି । ଫଳ ତୋଟାର ପରିଚାଳନା ପାଇଁ ଚାଷୀମାନଙ୍କୁ କୃଷି ଭିତିକ ଆଗ୍ରୋ-ଆଡଭାଇଜରି ସେବା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ଏବେ ୮.୩୭ ଏକର ଜମିରେ ପରିବ୍ୟାପ୍ତ ରହିଛି ।

ଚାଷୀମାନଙ୍କ ଆୟ ସ୍ତର ବଢ଼ାଇବା ଲାଗି ଆଉ ଏଭଳି ଏକ ପ୍ରକଳ୍ପ ହେଉଛି ପ୍ରୋଜେକ୍ଟ ସୁଗନ୍ଧ ଯାହା ଜରିଆରେ ଲେମନ୍ ଗ୍ରାସ୍ ଚାଷ କରାଯାଉଛି । ୨୦୧୮-୧୯ରୁ ସ୍ୱଳ୍ପ ପରିମାଣର ୧୨ ଜଣ ଚାଷୀ, ୨୦ ଏକର ଜମି ଓ କେବଳ ଗୋଟିଏ ଗ୍ରାମକୁ ନେଇ ଏହା ଆରମ୍ଭ ହୋଇଥିଲା ଏବଂ ଏହା ବହୁତ ଦୂର ଯାତ୍ରା କରିପାରିଛି । ବର୍ତମାନ ଏହା ୮ ଗ୍ରାମ, ୮୦ ଏକର ଏବଂ ୭୦ ଚାଷୀଙ୍କ ପାଖରେ ପହଂଚିପାରିଛି ।

ଏହି ସହିତ, ଫରୱାର୍ଡ ଲିଙ୍କେଜ୍ ପାଇଁ ଲେମନ୍ ଗ୍ରାସ ତେଲ ବାହାର କରିବା ଲାଗି ୟୁଏଆଇଏଲ୍ ପକ୍ଷରୁ ଏକ ୟୁନିଟ୍ ସ୍ଥାପନ କରାଯାଇଛି । କାଶିପୁର ବ୍ଲକ୍ର ଯୋଗୀପରିତୁଣ୍ଡ ଗ୍ରାମରେ ଏହି ୟୁନିଟ୍କୁ ପ୍ରୋଜେକ୍ଟ ସୁଗନ୍ଧ ଅଧୀନରେ ଉକ୍ରଳ ଆଲୁମିନା ସହଯୋଗରେ ଜଣେ ସ୍ଥାନୀୟ ଉଦ୍ୟୋଗୀ ସ୍ଥାପନ କରିଛନ୍ତି । ୨୦୨୦ ଜୁନ୍ ୨୩ରେ ଏହାର ଆନୁଷ୍ଠାନିକ ଉଦ୍ଘାଟନ ହୋଇଥିଲା ଓ ଏହି ଅବସରରେ ଅତିଥି ଭାବେ ଶ୍ରୀଯୁକ୍ତ ଏନ୍ ନାଗେଶ, ୟୁନିଟ୍ ମୁଖ୍ୟ ଓ ସଭାପତି, ୟୁଏଆଇଏଲ୍ ଓ ତପନ କୁମାର ମହାଳିକ, ଆଇଆଇସି, ଅଣ୍ଡିରାକାଂଚ ପୋଲିସ ଷ୍ଟେସନ ଯୋଗ ଦେଇଥିଲେ । ଏହି ଅବସରରେ ଉକ୍ରଳର ଅଧିକାରୀ ଟି ଏମ୍ ପ୍ରକାଶ, ମୁକେଶ ଝା, ଶିବ ଶଙ୍କର ମହାପାତ୍ର, ସୁକାନ୍ତ ମହାପାତ୍ର ଓ ସିଏସ୍ଆର୍ ଟିମ୍ର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

ଲେମନ୍ ଗ୍ରାସ୍ ଉତ୍ପାଦନ ବଢ଼ାଇବା ଏବଂ ଏହା ସହିତ ଜଡ଼ିତ ଥିବା ଚାଷୀମାନଙ୍କୁ ତେଲ ବାହାର କରିବାର ସୁବିଧା ଦେବା ଲାଗି ସ୍ଥାନୀୟ ଲୋକମାନଙ୍କୁ ଶ୍ରୀ ନାଗେଶ ଏହି ଅବସରରେ ଆହ୍ୱାନ ଦେଇଛନ୍ତି । ନୂଆଗାଁର ହରିଶ୍ଚନ୍ଦ୍ର ଦିଶାରୀ ଓ ମସ୍ତରାମ ପୂଜାରୀ ଓ ଅଣ୍ଡିରାକାଂଚର ମହାରାଜ ନାଏଙ୍କ ଭଳି ସ୍ଥାନୀୟ ଲୋକ କଂପାନିର ଏହି ସ୍ୱତନ୍ତ୍ର ଅଭିଯାନକୁ ପ୍ରଶଂସା କରିଛନ୍ତି ।

ସେହି ଦିନ ଏକ ସୌର ପାନୀୟ ଜଳ ପ୍ରକଳ୍ପକୁ ମଧ୍ୟ ଉଦ୍ଘାଟନ କରାଯାଇଥିଲା । ପାନୀୟ ଜଳ ସଂଗ୍ରହ କରିବା ଲାଗି ଗ୍ରାମୀଣ ମହିଳାମାନେ କରୁଥିବା କଷ୍ଟକୁ ଏହି ପ୍ରକଳ୍ପ କମ୍ କରିବ ।

“ବିଭିନ୍ନ ପ୍ରକାର ନିରନ୍ତର ବିକାଶମୂଳକ ପ୍ରକଳ୍ପ ଜରିଆରେ ଆମର ପାରିପାଶ୍ୱିର୍କ ଗ୍ରାମଗୁଡ଼ିକର ଲୋକମାନଙ୍କୁ ସହାୟତା ପ୍ରଦାନ କରିବା ଲାଗି ଆମେ ନିରନ୍ତର ଭାବେ କାର୍ଯ୍ୟ କରୁଛୁ ଯାହାକୁ ସ୍ଥାନୀୟ ଲୋକଙ୍କ ସମ୍ପୂର୍ଣ୍ଣ ସମର୍ଥନ ଓ ସହଯୋଗ ମିଳିଛି ଏବଂ ଆଗାମୀ ଦିନରେ ଆମେ ଏଭଳି ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରିବୁ ବୋଲି ଶ୍ରୀ ନାଗେଶ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here