ଉଦୟଗିରି : ନାବାଳିକା ଅପହରଣ ଅଭିଯୋଗରେ ବାଲିଚନ୍ଦ୍ରପୁର ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ସୂଚନା ଅନୁଯାୟୀ ଏହି ଥାନା ଅନ୍ତର୍ଗତ ପତରାଜପୁର ଗ୍ରାମର ଦୀପକ ମଳିକ(୨୦) ଗତ ଅଗଷ୍ଟ ୧୮ ରେ ଗ୍ରାମର ଜଣେ ନାବାଳିକା କୁ ଅପହରଣ କରିନେଇଥିଲା ।

ଏ ନେଇ ନାବାଳିକାର ବାପା ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ୨୨୫/୨୦ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଥିଲା ।

ତେବେ ଉଭୟ ସାଲେପୁର ଅଞ୍ଚଳରେ ରହିଥିବା କୌଣସି ସୁତ୍ରରୁ ଖବର ପାଇ ବାଲିଚନ୍ଦ୍ରପୁର ଥାନାଧିକାରୀ ସୁକାନ୍ତ କୁମାର ପାତ୍ର ସାଲେପୁର ଅଞ୍ଚଳରେ ବୁଧବାର ସକାଳୁ ଚଢାଉ କରିଥିଲେ । ସେଠାରୁ ନାବାଳିକାକୁ ଉଦ୍ଧାର କରିବା ସହିତ ଦୀପକ କୁ ଗିରଫ କରିଥିଲେ । ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଛି । ଗୁରୁବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here