ଆର,ଉଦୟଗିରି(Monaj Padhi) : ଆର,ଉଦୟଗିରି ଥାନାରେ ବୁଧବାର ୧୦ .୩୦ ରେ ସ୍ଥାନୀୟ ପୁଲିସ ପେଟ୍ରୋଲିଙ୍ଗ୍ କରୁଥିବା ସମୟରେ କୌଣସି ସୁତ୍ରରୁ ଖବର ପାଇ ବୁରିପଦର ଅଞ୍ଚଳରୁ ଏକ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ଖବର ପାଇ ଗାଡିକୁ ପିଛାକରିଥିଲେ । ମକାପଦା ଛକ ନିକଟସ୍ଥ କାତ୍ତିକ ଗମାଙ୍ଗ ବିଦ୍ୟାଳୟ ଠାରେ ଟ୍ରକକୁ ଅଟକାଇ ଯାଞ୍ଚ କରିବାରୁ ସିକ୍ରେଟ୍ ଚ୍ୟମ୍ବେରରୁ ୧୦ କେଜିର ୧୦୦ଟି ବଣ୍ଡଳ ଗଞ୍ଜେଇ ଥିଲା ।

ଏହି ସମସ୍ତ ଜବତ ଗଞ୍ଜେଇ ତହସିଲଦାର ତଥା ଏଜୁକେଟ୍ ମାଜିଷ୍ଟ୍ରେଟ୍ ସ୍କୃତି ରଞ୍ଜନ ସତପଥିଙ୍କ ସମୁଖରେ ଓଜନ କରିବାରୁ ୧୦ କୁଇଣ୍ଟାଲ ୨୭ କେଜି ଗଞ୍ଜେଇ ଜବତ କରିଥିଲେ । ଏହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ୮୧ ହଜାର ହେବ ବୋଲି ଅନୁମାନ କରାଯାଇଛି । ଏନେଇ ଆର,ଉଦୟଗିରି ଥାନାରେ  କେଶ ନମ୍ବର ୩୮\ ୨୦ ରୁଜୁ କରାଯାଇଛି । ଗଞ୍ଜେଇ ଚାଲାଣରେ ଗାଡିର ଡ୍ରାଇଭର ଧରମବୀର କୁମାର ସିଂ କୁ ଗିରଫ କରାଯାଇଛି । ଅଭିଯୁକ୍ତ ସହ ଗାଡିକୁ ଗୁରୁବାର ଦିନ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here