ଉଦଳା-  ଉଦଳା ନିକଟସ୍ଥ କଅଁରପାଳ ଛକରେ ଗୋଟିଏ ଗାଡ଼ି ଦୁର୍ଘଟଣାରେ ୧ମୃତ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଉଦଳା ଡ଼ାକ୍ତରଖାନାରେ ଏଡ଼ମିସନ ହୋଇ ଅଛନ୍ତି । ସେହିପରି ଅନ୍ୟଏକ ଦୁର୍ଘଟଣାରେ ଉଦଳା ବାଲେଶ୍ୱର ରାସ୍ତାର ବାଉଁଶପାଳ ଠାରେ ଗାଡ଼ି ଦୁର୍ଘଟଣାରେ ଜଣେ ଗୁରୁତର ହୋଇ ବାରିପଦାକୁ ସ୍ଥାନାନ୍ତର ହୋଇଅଛି । କଅଁରପାଳର ସାନୁ ବୈଠା(୧୫ -ମୃତ) ପିତା -ବିଶ୍ୱନାଥ ବୈଠା , ଅନ୍ୟଜଣେ ରାଜଶ ବିଶ୍ୱାଳ(୧୫), ପିତା-ନିଶାକର ବିଶ୍ୱାଳ ଗୁରୁତର ଅବସ୍ଥାରେ ଉଦଳାରେ ଆଡ଼ମିସନ ହୋଇଅଛନ୍ତି । ସେହିପରି ବାଲେଶ୍ୱର ଉଦଳା ରଡ଼ରେ କାର୍ତ୍ତିକେଶ୍ୱର ବେହେରା(୬୦) ଗ୍ରାମ ବାଉଁଶପାଳର ଅଟନ୍ତି ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦାଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଅଛି । କଅଁରପାଳରେ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରରୁ ଦୁର୍ଘଟଣାସ୍ଥଳରୁ ଫେରାର ଅଛି ।

LEAVE A REPLY

Please enter your comment!
Please enter your name here