ଭୁବନେଶ୍ୱର: କଟକ ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ୧୧ ଇଭିନ୍‌ ସ୍ପୋର୍ଟ୍ସ ୮୦ତମ ଜାତୀୟ ସିନିିୟର ଟେବୁଲ ଟେନିସ୍‌ ଚାମ୍ପିଅନ୍‌ସିପ୍‌ର ପୁରୁଷ ସିଙ୍ଗଲ୍ସରେ ଶରଥ କମଲ ଓ ମହିଳା ବର୍ଗରେ ଅର୍ଚ୍ଚନା କାମଥ ଚାମ୍ପିଅନ୍‌ ହୋଇଛନ୍ତି ।
ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପିଏସ୍‌ପିବିର ଶରଥ୍‌ କମଲ ୧୧-୩, ୧୧-୫, ୧୧-୬, ୫-୧୧, ୧୦-୧୨, ୧୧-୬, ୧୪-୧୨ ଗେମ୍‌ରେ ଜି ସାଥିଆନ୍‌ଙ୍କୁ ହରାଇ ଟାଇଟଲ ଜିତିଛନ୍ତି । ଡବଲ୍ସରେ ଅର୍ଚ୍ଚୁନ ଘୋଷ ଓ ରୋନିତ ଭଞ୍ଜଙ୍କ ଯୋଡି ୧୪-୧୧, ୮-୧୧, ୧୧-୯, ୧୨-୧୦ ଗେମ୍‌ରେ ଅନିର୍ବାଣ ଘୋଷ ଓ ଅନିର୍ବାଣ ନନ୍ଦଙ୍କୁ ହରାଇ ବିଜେତା ବନିଛନ୍ତି । ମହିଳା ସିଙ୍ଗଲ୍ସ ଫାଇନାଲରେ ପିଏସ୍‌ପିବିର ଅର୍ଚ୍ଚନା କାମଥ ୧୨-୧୦, ୮-୧୧, ୧୧-୯, ୧୨-୧୦, ୭-୧୧, ୧୧-୩ ଗେମ୍‌ରେ ପଶ୍ଚିମବଙ୍ଗର କୀର୍ତ୍ତିକା ସିହ୍ନାରାୟଙ୍କୁ ହରାଇ ସ୍ୱର୍ଣ୍ଣିମ ସଫଳତା ପାଇଛନ୍ତି । ମହିଳା ଡବଲ୍ସ ଫାଇନାଲରେ ତେଲେଙ୍ଗାନାର ନିଖତ ବାନୁ ଓ ଶ୍ରୀଜା ଅଙ୍କୁଲା ୧୧-୨, ୧୧-୮, ୮-୧୧, ୧୧-୭ ଗେମ୍‌ରେ ମହାରାଷ୍ଟ୍ରର ଅନନ୍ୟା ବସକ ଓ ସୃଷ୍ଟି ହାଲେଙ୍ଗଡି ହରାଇଥିଲେ ।
ଉଦ୍‌ଯାପନୀ ଉସିବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତିପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡିପି ବାଗଚି, କ୍ରୀଡା ସଚିବ ବିଶାଲ କୁମାର ଦେବ, ଭାରତୀୟ ଟେବୁଲ ସଂଘ ସାଧାରଣ ସମ୍ପାଦକ ଏମ୍‌ପି ସିଂ, ଉପସଭାପତି ସଞ୍ଜୟ ସିଂ, ଉପଦେଷ୍ଠା ଧନରାଜ ଚୌଧୁରୀ, କୋଷାଧ୍ୟକ୍ଷ ବରୁଣ ବାନାର୍ଜୀ, ସେଣ୍ଟ୍ରାଲ ରେଞ୍ଜ ଆରଡିସି ମହେନ୍ଦ୍ର କୁମାର ମଲ୍ଲିକ, କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, କମଲେଶ ମେହତା, ଏଲ୍‌ଏନ୍‌ ଗୁପ୍ତା, ସଞ୍ଜୟ କୁମାର ସିଂ, ରବିନ୍ଦ୍ର କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here