ସେପ୍ଟେମ୍ବର ମାସ ୧୨ ତାରିଖ ଦିନ ପଶ୍ଚିମବଙ୍ଗରେ ସମ୍ପୁର୍ଣ୍ଣ ଲକଡାଉନକୁ  ଉଠାଇଦିଆଯିବାଦ୍ୱାରା ଏହି ଦିନ ପାଇଁ ବାତିଲ, ଆଂଶିକ ବାତିଲ ଓ ରହଣି ପ୍ରତ୍ୟାହାର କରାଯାଇଥିବା ଟ୍ରେନ ଗୁଡିକ ସ୍ୱାଭାବିକ ଭାବେ ଚଳାଚଳ କରିବ I ଏହି ଟ୍ରେନ ଗୁଡିକ ହେଲା…..
ସମ୍ପୁର୍ଣ୍ଣ ବାତିଲ ହୋଇଥିବା ଟ୍ରେନ ପୂର୍ବପରି ଚଳାଚଳ କରିବ :
√■   02074/02073 ଭୁବନେଶ୍ୱର-ହାଓଡ଼ା-ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ ୧୨ ତାରିଖ ଦିନ ସ୍ୱାଭାବିକ ଭାବେ ଉଭୟ ପାର୍ଶ୍ୱରୁ ନିର୍ଧାରିତ ସମୟାନୁସାରେ ଚଳାଚଳ କରିବ I
√■   02245 ହାଓଡ଼ା-ଯଶୋବନ୍ତପୁର ଦୁରନ୍ତ ଏକ୍ସପ୍ରେସ ହାଓଡ଼ା ଠାରୁ ୧୨ ତାରିଖ ଦିନ ସ୍ୱାଭାବିକ ଭାବେ ଚଳାଚଳ କରିବ  I
ଆଂଶିକ ବାତିଲ ହୋଇଥିବା ଟ୍ରେନ ପୂର୍ବପରି ଚଳାଚଳ କରିବ :
√■    ସେପ୍ଟେମ୍ବର ୧୧ ତାରିଖ ଦିନ ସିକନ୍ଦରାବାଦ ଠାରୁ ଛାଡୁଥିବା ୦୨୭୦୪ ସିକନ୍ଦରାବାଦ-ହାଓଡ଼ା ଫଲକନାମା ସ୍ୱତନ୍ତ୍ର ଏକ୍ସପ୍ରେସ ଏବଂ ୧୨ ତାରିଖ ଦିନ ହାଓଡ଼ା ଠାରୁ ଛାଡିବାକୁ ଥିବା 02703 ହାଓଡ଼ା-ସିକନ୍ଦରାବାଦ ଫଲକନାମା ସ୍ୱତନ୍ତ୍ର ଏକ୍ସପ୍ରେସ ସ୍ୱାଭାବିକ ଭାବେ ଉଭୟ ପାର୍ଶ୍ୱରୁ ଚଳାଚଳ କରିବ
ରହଣି ଅପସାରଣର ସ୍ୱାଭାବିକ ଆଣିବା :
√■    ସେପ୍ଟେମ୍ବର ୧୨ ଦିନ ଭୁବନେଶ୍ୱର ରୁ ଛାଡିବାକୁ ଥିବା ଏବଂ ସେପ୍ଟେମ୍ବର ୧୧ ଦିନ ଦିଲ୍ଲୀ ଛାଡିଥିବା ରାଜଧାନୀ ସ୍ୱତନ୍ତ୍ର ଟ୍ରେନ ଏବଂ ସେପ୍ଟେମ୍ବର ୧୧ ତାରିଖ ଦିନ ଉଭୟ ଦିଲ୍ଲୀ ଓ ଭୁବନେଶ୍ୱର ରୁ ଛାଡୁଥିବା  ପୁରୁଷୋତ୍ତମ ସ୍ୱତନ୍ତ୍ର ଟ୍ରେନ ଏହାର ନିରଥରୀତ ଷ୍ଟେସନ ମାନଙ୍କରେ ରହଣି କରିବ I

LEAVE A REPLY

Please enter your comment!
Please enter your name here