ଔପଦା-ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଂଚଳରୁ ଟ୍ରାକ୍ଟର ଚୋରୀ ରାକେଟର ଚେର ୪ ଆନ୍ତଜିଲ୍ଲା୍ୁକୁ ଲମ୍ବିଥିବା ବେଳେ ଏଥିରେ ସମ୍ପୃକ୍ତିଥିବା ୪ ଅଭିଯୁକ୍ତଙ୍କୁ ଔପଦା ପୁଲିସ ଗିରଫ କରିବାରେ ସଫଳ ହେଇଛି । ଏହି ଚୋରୀର ଚେର ବାଲେଶ୍ୱର ଜିଲ୍ଲା ସମେତ କେଉଁଝର,ମୟୂରଭଞ୍ଜ ଓ ଅନୁଗୋଳ ଜିଲ୍ଲାକୁ ଲମ୍ବିଥିବା ବେଳେ ଏହି ସବୁ ଜିଲ୍ଲା ଅଂଚଳରୁ ୪ ଟ୍ରାକ୍ଟରକୁ ଉଦ୍ଧାର କରାଯାଇ ୨ଟି ଟ୍ରାକ୍ଟର ଔପଦା ଥାନାରେ ରହିଥିବା ବେଳେ ଗୋଟିଏ କେଉଁଝର ଜିଲ୍ଲା ଚମ୍ପୁଆ ଥାନା ଓ ଅନ୍ୟଟିକୁ ଅନୁଗୋଳ ଜିଲ୍ଲା ପାଲଲହଡ଼ା ଥାନାରେ ଜବତ କରି ରଖାଯାଇଥିବା ଜଣା ଯାଇଛି । ଗତ ୨୬/୦୯/୨୦୧୮ ରିଖରେ ମାଟିଗଡ଼ା ଗ୍ରାମର ହରିହର ମହଲାଙ୍କ ଓଡ଼ି ୦୧ଏଚ ୭୦୮୩ ନମ୍ବର ଟ୍ରାକ୍ଟରକୁ ଦୁର୍ବୁତ୍ତ ମାନେ ରାତିରେ ଚୋରୀ କରିନେଇଥିବା ଥାନାରେ ଅଭିଯୋଗ ହୋଇଥିଲା । ପୂନଶ୍ଚଏହି ଥାନା ଦରଖୋଳି ଗ୍ରାମର ପ୍ରଭାତ ମହାନ୍ତିଙ୍କ ଏକ ଟ୍ରାକ୍ଟର ଓଡ଼ି ୦୧ଏ ୪୮୯୯ ନମ୍ବର ଟ୍ରାକ୍ଟର ଗତ ନଭେମ୍ବର ୨୮ ତାରିଖରେ ଚୋରୀ ହୋଇଥିବା ମଧ୍ୟ ଥାନାରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ନେଇ ଶ୍ରୀ ମହାନ୍ତିଙ୍କ ଟ୍ରାକ୍ଟରକୁ ପୁଲିସ ଉଦ୍ଧାର କରି ଥାନାଅଧିକାରୀ ପ୍ରଶାନ୍ତ କୁମାର ଜେନା ଠାକୁରମୁଣ୍ଡାରୁ ଔପଦା ଥାନାକୁ ଆଣିଥିଲେ । ଏହି ଚୋରୀରେ ସମ୍ପୃକ୍ତିଥିବା ଠାକୁର ମୁଣ୍ଡା ଥାନା ଖୁଂଟାପୋସି ଗ୍ରାମର ଶାନ୍ତିଜୈତି ସିଂ(୨୬)କୁ ପୁଲିସ ଧରିବାରେ ସଫଳ ହେବାପରେ ତାଠାରୁ ସୁରାକ ପାଇ ଉପରୋକ୍ତ ଜିଲ୍ଲାର ବିଭିନ୍ନ ଅଂଚଳ ମାନଙ୍କରେ ଥାନାଧିକାରୀ ଶ୍ରୀ ଜେନାଙ୍କ ସମେତ ଅନ୍ୟ ଥାନାର ସହଯୋଗରେ ଚଢାଉ କରାଯାଇଥିଲା । ଏହି ଚଢାଉରେ ଶ୍ରୀ ମହଲାଙ୍କ ଟ୍ରାକ୍ଟର ଯଶିପୁର ଥାନା ଟଙ୍ଗାବୋଲା ଗ୍ରାମରୁ ଉଦ୍ଧାର କରିବା ସଙ୍ଗେ ଅଭିଯୁକ୍ତ ରଞ୍ଜନ ମହାନ୍ତକୁ ଗିରଫ କରାଯାଇଛି । ସେଇପରି କେଉଁଝର ଜିଲ୍ଲା ବଡ଼ବିଲ ଥାନା ବୁଗୁ ଗାଁ ଗ୍ରାମରୁ ଅଭିଯୁକ୍ତ ରମାକାନ୍ତ ପାତ୍ର,କେଉଁଝର ଜିଲ୍ଲା ଚମ୍ପୁଆ ଥାନା ଅଂଚଳରୁ ଜୟନ୍ତ ମହାନ୍ତକୁ ମଧ୍ୟ ଗିରଫ କରାଯାଇ ଔପଦା ଥାନାକୁ ଅଣାଯାଇଛି ।

LEAVE A REPLY

Please enter your comment!
Please enter your name here