ଭୁବନେଶ୍ୱର : ୨୧ ଡିସେମ୍ବରରେ ଚାଷୀଙ୍କ ସହାୟତା ପାଇଁ ସରକାର ଘୋଷଣା କଲେ ଯୋଜନା ‘କାଳିଆ’। ୨୨ ଡିସେମ୍ବର ‘କାଳିଆ’କୁ କାର୍ଯ୍ୟକାରୀ କରିବା ପାଇଁ ସରକାର ପ୍ରସ୍ତୁତ କଲେ ମୋଡାଲିଟିଜ ବା ନିୟମାବଳୀ।   ବଜେଟରେ ବ୍ୟୟ ବରାଦ ହୋଇ ନଥିବାରୁ  କଣ୍ଟିଜେନସି ଫଣ୍ଡରୁ ଟଙ୍କା ଆଣିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହେଲା।

କାଳିଆ ପାଇଁ ତିନି ବର୍ଷରେ ୧୦ ହଜାର କୋଟି ଖର୍ଚ୍ଚ ହେବାକୁ ଥିବା ବେଳେ ଚଳିତ ଆର୍ଥକ ବର୍ଷ  ଅର୍ଥାତ ଏପ୍ରିଲ ପୂର୍ବରୁ  ଖର୍ଚ୍ଚ ହେବ ୧୭ଶହ ୩୩ କୋଟି। ତେବେ କଣ୍ଟିଜେନସି ଫଣ୍ଡରେ ଏବେ ଅଛି ମାତ୍ର ୪୦୦ କୋଟି। ତେଣୁ ଜରୁରୀ ଆବଶ୍ୟକତା ଦୃଷ୍ଟିରୁ ଅଧ୍ୟାଦେଶ ଆଣି ଏହି ପାଣ୍ଠିକୁ ୧୬ ଶହ କୋଟି କରିବାକୁ ନିଷ୍ପତ୍ତି ହୋଇଛି।

ଏଣେ ବିଧିବଦ୍ଧ  ଭାବେ ଆସନ୍ତାକାଲି ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।

LEAVE A REPLY

Please enter your comment!
Please enter your name here