ତିହିଡି,୦୩/୦୯(ଯଦୁମଣି ପାଣିଗ୍ରାହୀ ):ତିହିଡି ତହସିଲ ଅଧିନ ନରେନ୍ଦ୍ରପୁର ଗାଁର ଜବର ଦଖଲ କରାଯାଇଥିବା ସରକାରୀ ଜମିକୁ ଉଚ୍ଛେଦ କରାଯାଇଛି । ତିହିଡି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୋଲିସ ମୁତୟନ କରାଯାଇ ମେସିନ୍ ଲଗାଇ ଉକ୍ତ ଜବରଦଖଲ ଉଚ୍ଛେଦ କରାଯାଇଥିବା ସୂଚନା ମିଳିଛି । ପଞ୍ଚାୟତ ପ୍ରଶାସନ ପକ୍ଷରୁ ଏହି ଗାଁର ରାସ୍ତା କଡରେ ଡ୍ରେନେଜ୍ ନିର୍ମାଣ କାର୍ଯ୍ୟ କରାଯାଉଛି ।

ଆରମ୍ଭରୁ ଏହି ଡ୍ରେନ୍ ନିର୍ମାଣ କାର୍ଯ୍ୟ ସୁରୁଖୁରେ ·ଲିଥିବା ବେଳେ ସରକାରୀ ଜାଗାକୁ ଜବରଦଖଲ କରିଥିବା କେତେକ ବ୍ୟକ୍ତି ଡ୍ରେନ୍ କାର୍ଯ୍ୟକୁ ବନ୍ଦ କରିବା ସହିତ କୌଣସି ପରିସ୍ଥିତିରେ ଛାଡିବେ ନାହିଁ ବୋଲି ଜିଦ୍ ଧରିଥିଲେ । ଏଥିନେଇ ସରପଞ୍ଚ ସୁବାସ ସେଠୀ ଉକ୍ତ ଜମିକୁ ଉଚ୍ଛେଦ କରିବା ଲାଗି ତହସିଲ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ।

ପ୍ରଥମେ ତହସିଲ ପକ୍ଷରୁ ମାପଚୁପ କରାଯାଇ ଭରତ ମାଝି, ଶରତ ମାଝି, କୃତିବାସ ମାଝି, ଜ୍ଞାନେନ୍ଦ୍ର ମାଝି, ଅମର ମାଝି, ବିଜୟ ମାଝି ଓ ନାଳେଇ ମାଝି ପ୍ରମୁଖ ୭ ଜଣ ବ୍ୟକ୍ତି ସରକାରୀ ଜାଗାକୁ ଜବର ଦଖଲ କରିଥିବା ଜଣାପଡିଥିଲା । ସେମାନଙ୍କ ବିରୋଧରେ ତହସିଲ ପକ୍ଷରୁ ଅବରୋଧ ମାମଲା ରୁଜୁ କରାଯାଇ ତହସିଲ ପକ୍ଷରୁ ‘କ’ ଓ ‘ଖ’ ନୋଟିସ ମଧ୍ୟ ଜାରି କରାଯାଇଥିଲା । ପରେ ନିର୍ଦ୍ଧାରିତ ସମୟ ପ୍ରଦାନ କରାଯିବା ପରେ ଶେଷରେ ଜବରଦଖଲ ଉଚ୍ଛେଦ କରାଯାଇଥିବା ସୂଚନା ମିଳିଛି ।

ସେହିପରି ସନାତନ ଗୋସେଇଁ ମଠ କମିଟି ପକ୍ଷରୁ ୫ ଜଣ ବ୍ୟକ୍ତି ଜବର ଦଖଲ କରିଥିବା ଅଭିଯୋଗ ମୁତାବକ ତହିସିଲ ପକ୍ଷରୁ ବିହିତ ପଦକ୍ଷେପ ନିଆଯାଇଥିବା ଜଣାଯାଇଛି । ୪ଟି କେବିନ୍ ଦୋକାନ ଗୃହକୁ ପ୍ରଶାସନ ପକ୍ଷରୁ ଭଙ୍ଗାଯାଇ ଜବର ଦଖଲ ମୁକ୍ତ କରାଯାଇଥିବା ସୂଚନା ମିଳିଛି । ସେହିପରି ଭାଟପଡା ମୌଜାର ସବିତା ବେହୁରିଆ ରାସ୍ତା ଜବର ଦଖଲ କରିଥିବା ଅଭିଯୋଗ ମୁତାବକ ଏହାର ଉଚ୍ଛେଦ କରାଯାଇଥିôବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here