ତିହିଡି, ( ଯଦୁମଣି ପାଣିଗ୍ରାହୀ ) : ବାସୁଦେବପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତଥା ତିହିଡି ବ୍ଲକର ୯ପଞ୍ଚାୟତକୁ ନେଇ ଗଠିତ ବିଜେପିର ସାହାଡାସୁନ୍ଦରୀ ମଣ୍ଡଳୀ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ଆସନ୍ତା ୧୪ରୁ ୨୦ ତାରିଖ ଯାଏଁ ସେବା ସପ୍ତାହ ପାଳନ ଲାଗି ଏକ ପ୍ରସ୍ତୁତି ବୈଠକ ତିହିଡି ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି ।

ମଣ୍ଡଳ ସଭାପତି ପ୍ରଦୀପ କୁମାର ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ବିଜେପିର ବିଧାୟକ ପ୍ରାର୍ଥୀ ମାଧବାନନ୍ଦ ମଲ୍ଲିକ, ବିଜେପି ରାଜ୍ୟ ଓବିସି ମୋର୍ଚ୍ଚାର ଉପସଭାପତି ରଘୁନାଥ ପାତ୍ର, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଲ୍ଲିକ, ବାସୁଦେବପୁର ନିର୍ବାଚନମଣ୍ଡଳୀର ଯୁବନେତା ଉଦୟ ନାରୟଣ ମଲ୍ଲିକ, ମଣ୍ଡଳ ପ୍ରଭାରୀ ତଥା ପ୍ରାକ୍ତନ ସରପଞ୍ଚ ଶଶିକାନ୍ତ ବିଶ୍ୱାଳ, ଭାଟପଡା ସରପଞ୍ଚଙ୍କ ପ୍ରତିନିଧି ପ୍ରତାପ ଜେନା ପ୍ରମୁଖଙ୍କ ସମେତ ବିଜେପି ନେତା ଅଜୟ ମହାପାତ୍ର, ରାଜକିଶୋର ନାୟକ, ସୀତାକାନ୍ତ ନାୟକ, ବିଭାସ ମହଲା, ସରୋଜ ନାୟକ, ଦେବେନ୍ଦ୍ର ମହାନ୍ତି, ବୁଦ୍ଧିରାମ ସେଠୀ, ପଦ୍ମଲୋଚନ ଦାସ, ଯଦୁମଣି ପାଣିଗ୍ରାହୀ ଓ ପ୍ରଦୀପ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ସେବା ସପ୍ତାହ ପାଳନ ଅବସରରେ ବୃକ୍ଷରୋପଣ, ସଫେଇ କାର୍ଯ୍ୟକ୍ରମ, ରୋଗୀଙ୍କୁ ଫଳ ବଣ୍ଟନ ଓ ରକ୍ତଦାନ ଶିବିର ଆଦି କାର୍ଯ୍ୟକ୍ରମ ସହିତ କେନ୍ଦ୍ର ଅନୁଦାନକୁ କିଭଳି ରାଜ୍ୟ ସରକାର ଦୂରୁପଯୋଗ କରୁଛନ୍ତି ତଥା ରାସନକାର୍ଡ, ପ୍ରଧାନମନ୍ତ୍ରୀ ଆବାସ, ମନରେଗା ଓ ରିଲିଫ ସହାୟତା ଆଦି ପ୍ରଦାନରେ ପାତରଅନ୍ତର କରାଯାଉଛି ସେଥିନେଇ ଗଣମାଧ୍ୟମ ଜରିୟାରେ ତଥ୍ୟ ଲୋକ ଲୋଚନକୁ ଆଣିବାକୁ ପ୍ରୟାସ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here