ନୂଆଦିଲ୍ଲୀ : ବେଳେବେଳେ ଚୋରିର ଏପରି ମାମଲା ସାମ୍ନାକୁ ଆସିଥାଏ ,ଚୋର ନିଜେ ନିଜକୁ ସରେଣ୍ଡର କରାଇବା ପାଇଁ ବାଧ୍ୟ ହୋଇଥଏ l ଏପରି ଏକ ଘଟଣା ଘଟିଛି ପଶ୍ଚିମ ବଙ୍ଗରେ ,ଯେଉଁଠି ଗୋଟିଏ ଚୋର ୪୫,୦୦୦ ଟଙ୍କାର ମୋବାଇଲ ଚୋରି କରିଥିଲା l ଏହି ମାମଲାଟି ଘଟିଛି ପଶ୍ଚିମ ବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ l ପୋଲିସର ସୂଚନା ଅନୁସାରେ ସେପ୍ଟେମ୍ବର ୪ ତାରିଖ ଦିନ ବର୍ଦ୍ଧମାନ ଜିଲ୍ଲାର ଜମାଲପୁର ସ୍ଥିତ ଗୋଟିଏ ମିଠାଈ ଦୋକାନକୁ ଜଣେ ବ୍ୟକ୍ତି ଯାଇଥିଲେ ,ସେ ସେଠାରେ ଗୋଟିଏ ୪୫୦୦୦ ଟଙ୍କାର ମୋବାଇଲ ଭୁଲରେ ଛାଡ଼ିଦେଇ ଆସିଥିଲେ l ଦୋକାନର କାଉଣ୍ଟରରେ ରହିଥିବା ମୋବାଇଲ କୁ ଜଣେ ୨୨ ବର୍ଷୀୟ ଜଣେ ଯୁବକ ଚୋରି କରି ନେଇଗଲେ l

ଏହା ପରେ ଫୋନର ମାଲିକ ପୋଲିସ ଷ୍ଟେସନରେ ଗୋଟିଏ ଏଫଆଇଆର ଦେଇଥିଲେ l କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ପୋଲିସ ଖୋଜିବା ପୂର୍ବରୁ ଚୋରଟି ଆପେଆପେ ଫୋନଟିକୁ ଦେଇଦେଲା  l କାରଣ ସେ ଫୋନଟିକୁ ଚଳାଇ ପାରିଲା ନାହିଁ l ଘଟଣାଟି ଘଟିଅଥିଲା ଏହିପରି ଫୋନର ମାଲିକ ରବିବାର ଦିନ ନିଜ ଫୋନକୁ କଲ କରିଥିଲେ ,ଫୋନ କରିବାରୁ ବିପରୀତ ଦିଗରୁ ଚୋରଟି ଫୋନ ଉଠାଇଥିଲା ଓ କହିଥିଲା ସେ ଏହି ଫୋନଟିକୁ ଫେରାଇବାକୁ ଚାହୁଁଛି l କାରଣ ଏହି ଫୋନେ କିପରି ଚଳାଯାଏ ସେ ଜାଣିନାହିଁ l ତାପରେ ଫୋନର ମାଲିକ ଚୋରକୁ ଠିକଣା ପଚାରି ଯାଇ ତା ଘରୁ ନିଜର ମୋବାଇଲ ଫୋନଟି ନେଇ ଆସିଥିଲେ l ପୋଲିସ ମଧ୍ୟ ସେହି ସମୟରେ ଉପସ୍ଥିତ ଥିଲା l ଫୋନ ମାଲିଙ୍କ ଅନୁରୋଧ କ୍ରମେ ପୋଲିସ ଚୋରା ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା l

LEAVE A REPLY

Please enter your comment!
Please enter your name here