ନେମାଳ  : କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ବିଭିନ୍ନ ଯୋଜନା ହାତକୁ ନେଇଥିଲା ବେଳେ ଓଡିଶା ବାହାରୁ ଆସୁଥିବା ବହିରାଗତମାନଙ୍କୁ ନିଜ ନିଜ ପଂଚାୟତରେ ସ୍ଥାପନ କରାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୪ ଦିନ ରଖିବାର ନିୟମ ରହିଛି । ସଙ୍ଗରୋଧ କେନ୍ଦ୍ରରେ ସେମାନେ ୧୪ ଦିନ  ରହିବା ଭିତରେ ସରକାର ପକ୍ଷରୁ ଖାଦ୍ୟ ପେୟ ସହିତ ରହିବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବା ସହ ସେମାନଙ୍କର ସ୍ୱାବ୍ ଟେଷ୍ଟ କରାଯିବାର ସରକାରଙ୍କ ନିଦେ୍ର୍ଦଶ ରହିଛି ।  କିନ୍ତୁ ନିଶ୍ଚିନ୍ତକୋଇଲି ବ୍ଲକର ଅଧିକାଂଶ ପଂଚାୟତରେ ଥିବା ବହିରାଗତମାନେ ଅସ୍ଥାୟୀ ସ୍ୱାସ୍ଥ୍ୟରେ ୧୪ ଦିନ ବିତାଇବା ପରେ ସେମାନଙ୍କର ସ୍ୱାବ୍ ଟେଷ୍ଟ ନ କରି ସେମାନଙ୍କୁ ଛାଡି ଦେଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଆଜି ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ପଂଚାୟତ ତିଳଦା ଜନାର୍ଦ୍ଦନପୁର – ଚିତ୍ରୋତ୍ପଳା ଉଚ୍ଚ ବିଦ୍ୟାଳୟର  ସଙ୍ଗରୋଧ କେନ୍ଦ୍ରରୁ ୬ ଜଣ ବହିରାଗତମାନଙ୍କ ୧୪ ଦିନ ପରେ ମଧ୍ୟ ସେମାନଙ୍କର ସ୍ୱାବ୍ ଟେଷ୍ଟ ନ କରି ଛାଡି ଦିଆଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ସେମାନଙ୍କ ମଧ୍ୟରେ ଥିବା ଜଣେ ୬୦ ବର୍ଷ ବୟସ୍କା ମହିଳାଙ୍କର ଛିଙ୍କ, କାଶ , ଥଣ୍ଡା ଜ୍ୱର ହେବାର ଲକ୍ଷଣ ପ୍ରକାଶ ପାଇଥିଲା ବେଳେ ତାଙ୍କ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ସରକାରଙ୍କ ପକ୍ଷରୁ ତାଙ୍କର ସ୍ୱାବ୍ ଟେଷ୍ଟ ପାଇଁ ଦାବି କରିଥିଲେ । ଏହା ସହ ତାଙ୍କର ସ୍ୱାବ୍ ଟେଷ୍ଟ ପାଇଁ ଜନାର୍ଦ୍ଦନପୁର ବଜାରଠାରେ ଆଜି ମଧ୍ୟାହ୍ନରେ ଗ୍ରାମବାସୀଙ୍କ ତରଫରୁ ଦୀର୍ଘ ଦୁଇଘଣ୍ଟା ଧରି ରାସ୍ତା ରୋକ କରାଯାଇଥିଲା ।

ଏ ବିଷୟରେ ସରପଂଚ ଶ୍ରଦ୍ଧାଞ୍ଜଳୀ ନାୟକ ନିଶ୍ଚିନ୍ତକୋଇଲି ବିଡିଓ କର୍ଣ୍ଣଦେବ ସମାଦ୍ଦାର ଓ ତହସିଲଦାର ଜିତେନ୍ଦ୍ର କୁମାର ପାତ୍ରଙ୍କୁ ଅବଗତ କରିଥିଲେ । ଏ ବିଷୟରେ ବିଡିଓ କର୍ଣ୍ଣଦେବ ସମାଦ୍ଦାର ସରକାରଙ୍କ ନିୟମାନୁସାରେ ବହିରାଗତମାନେ ୧୪ ଦିନ ସଙ୍ଗରୋଧ କେନ୍ଦ୍ରରେ ରହିବେ । ଯଦି ସେମାନଙ୍କର ଲକ୍ଷଣ ପ୍ରକାଶ ପାଇଲା ତେବେ ସେମାନଙ୍କର ସ୍ୱାବ୍ ଟେଷ୍ଟ କରାଯିବ ବୋଲି କହିଥିଲା ବେଳେ ଲକ୍ଷଣ ଜଣାପଡୁଥିବା ମହିଳାଙ୍କର ଗତକାଲି ସ୍ୱାବ୍ ଟେଷ୍ଟ କରାଯିବାର ପ୍ରତିଶୃତି ଦେବା ପରେ ରାସ୍ତା ରୋକ ହଟିଥିଲା । ଏହି ପରି ନିଶ୍ଚିନ୍ତକୋଇଲି ବ୍ଲକର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରୁ ବିନା ସ୍ୱାବ୍ରେ ଛଡାଯାଉଥିବା ବ୍ୟକ୍ତିଙ୍କୁ ଗ୍ରାମବାସୀ ବିରୋଧ କରୁଥିବା ଦେଖିବାକୁ ମିଳୁଛି । ଏପରିକି ପରିବାର ଲୋକ ସେମାନଙ୍କୁ ଘରେ ପୁରାଇବା ପାଇଁ କୁଣ୍ଠାବୋଧ କରୁଥିବା ଦେଖିବାକୁ ମିଳିଛି । ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ସମସ୍ତ ବହିରାଗତଙ୍କ ସ୍ୱାବ୍ ଟେଷ୍ଟ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here