ବେତନଟୀ : ଆଜି ଏକ ୧୮ ନମ୍ବର ଜାତୀୟ ରାଜପଥ ଉପରେ ଚରୁଥିବା ବେଳେ ତୁଳସୀଚୌରା ଗ୍ରାମର ଟିକାରାମ ମହାନ୍ତଙ୍କ ଗାଈକୁ ଗୋଟିଏ ଟାଟା ଏସିଇ ଧକ୍କା ଦେଇ ପଳାଇ ଯାଇ ଥିଲା । ଏଥିରେ ଗାଈଟି ଗୁରୁତର ଭାବେ ଆହତ ହୋଇ ଥିଲା ଓ ତାର ବେକ ପାଖରେ ଚିରି ଯାଇ ଥିଲା । ଗାଈଟିର ଏପରି ଅବସ୍ଥା ଦେଖି ସଠିଲୋ ସରପଞ୍ଚ ବିଜୟ କୁମାର ସିଂ, ବେତନଟୀ ବ୍ଲକ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର ପ୍ରମୁଖ ତତ୍ପରତା ଦେଖାଇ ଥିଲେ ।

ତୁରନ୍ତ ବ୍ଲକ ପଶୁଚିକିସôା ଅଧିକାରୀ ଡା. ବ୍ରଜବନ୍ଧୁ ବେହେରାଙ୍କୁ ଖବର ଦେବା ପରେ ଆଶୁ ଚିକିସôାର ବ୍ୟବସ୍ଥା କରା ଯାଇ ଥିଲା । ତାରାକୋଠିର ପଶୁ ଚିକିସôକ ପରେଶଚନ୍ଦ୍ର ଦାସ, ସହାୟକ କୁନୁ ସେଠୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥାନୀୟ ଯୁବକ ମାନଙ୍କ ସହଯୋଗରେ ଗାଈଟିର ଚିକିସôା କରା ଯାଇ ଥିଲା ଓ ତାର ଜୀବନ ବଞ୍ଚା ଯାଇ ଥିବାର ଜଣା ପଡିଛି । ଏହି କାର୍ଯ୍ୟରେ ବଳରାମ ସିଂ, ଗୋପୀନାଥ ସିଂ, ବସନ୍ତ ସିଂ, କମଳା ସିଂ, ତରଣୀ ସିଂ, ରଘୁ ସିଂ, ଦେବଦାସ ସିଂ, ଫାଗୁ ମୁର୍ମ, ଦୀନେଶ ଦାସ, ମନୋଜ ମହାନ୍ତ, ରାକେଶ ମହାନ୍ତ ଓ ଅନ୍ୟମାନେ ସହଯୋଗ କରି ଥିଲେ ।

LEAVE A REPLY

Please enter your comment!
Please enter your name here